Tuesday, May 13, 2025
spot_imgspot_imgspot_img
Homeଅଘଟଣଯାଇଥିଲେ ଶ୍ରମିକ ହୋଇ ହେଲେ ଫେରିଲା ଶବ ହୋଇ ।

ଯାଇଥିଲେ ଶ୍ରମିକ ହୋଇ ହେଲେ ଫେରିଲା ଶବ ହୋଇ ।

ନୂଆପଡା(ଡୋଲେଶ୍ଵର ବାଗ)- ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମ ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଜୟ ସିଂ ପଟେଲ ନିଜ ଦୁଇ ଝିଅ ଏବଂ ପତ୍ନୀଙ୍କୁ ନେଇ ଶୁଖି ସଂସାର ଗଢି ଚାଲିଥିଲେ। ହଠାତ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ପରିବାର ପ୍ରତିପୋଷଣ ଆର୍ଥିକ ଅଭାବ ଏବଂ ଅନାଟନ ଦେଖା ଯାଇଥିଲା। ଫଳରେ ମାଁ ପୋଡ଼ାବାଇ ପଟେଲ ଏବଂ ଦୁଇ ଝିଅ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ରୂପେ ଆନ୍ଧ୍ରପ୍ରଦେଶ ଯାଇଥିଲେ।

ସେଠାରୁ କାମ କରୁଥିବା ସ୍ଥାନରେ ତିନିଜଣ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡା ଥିଲା। ସାପ କୁ ଦେଖିଥିଲେ। ସାପକୁ ମାରିବା ସହ ସାପ କାମୁଡି ନଥିବା ଭାବି ଅନ୍ୟ ଉପାୟ କରୁଥିଲେ। ହଠାତ ସଙ୍ଗୀତା ଙ୍କ ମୁହଁରୁ ଫେଣ ବାହାରିବା ବେଳେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର କୁ ନଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ ଚିକିତ୍ସାରେ ବିଳମ୍ୱ ହେବା କାରଣରୁ ସଙ୍ଗୀତା ର ମୃତ୍ୟୁ ହୋଇଥିଲା। ରୋଜଗାର କରି ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ସପନ ମଉଳି ଯାଇଛି। ମାଁ ଓ ଦୁଇ ଝିଅ ରାଜ୍ୟ ବାହାରେ କାମ ବଦଳରେ ଗୋଟିଏ ଝିଅ ମୃତ ଦେହ ଫେରିଛି।

error: Content is protected !!