ପାଇକମାଲ-ପାଇକମାଲ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ତାଲିମ ଶିବିର ସ୍ଥାନୀୟ ଯମୁନା କନ୍ଧୁଣୀ ବାଳିକା ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୫ ଜଣ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ l ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ବିଇଓ, ମୁଖ୍ୟବକ୍ତା ଚୂଳସୁନ୍ଦର ମେହେର,ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, ବ୍ଲକ ଜେଆରସି ସଂପାଦକ ସୁଦର୍ଶନ ମହାକୁଡ, ସଂଯୋଜକ ଲୋକନାଥ ସାହୁ ମଞ୍ଚାସୀନ ଥିଲେ l
ମୁଖ୍ୟ ବକ୍ତା ଜେଆରସିର ସ୍ରଷ୍ଟା ହେନେରୀ ଡୁନାନ ଏବଂ କ୍ଲାରା ବିରାଟାନ ଙ୍କ ସ୍ମୃତି ଚlରଣ କରିଥିଲେ l ମୁଖ୍ୟ ଅତିଥି ବିଇଓ ସ୍ବାସ୍ଥ୍ୟ, ସେବା, ବନ୍ଧୁତା ଜେଆରସିର ମୁଖ୍ୟ ଲକ୍ଷ୍ୟ ବୋଲି ଆଲୋକ ପାତ କରିଥଲେ l ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପାଇକମାଳ ସ୍ବାସ୍ଥ୍ୟ ଅଧିକାରୀ ଡା ଅଙ୍କିତ ସାଗର ଯୋଗଦେଇ ସ୍ୱାସ୍ଥ୍ୟ ସେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ଏବଂ ଜେଆରସି ପତାକା ଅବତରଣ କରିଥିଲେ l
ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ର, ଛାତ୍ରୀ ଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ବିଜୟୀ ଛାତ୍ର, ଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଯୋଗ ଦେବେ l ଶିକ୍ଷକ ସେବକ ସେଠ ସଭା ପରିଚାଳନା କରିଥିଲେ l