Sunday, March 8, 2026
Homeରାଜ୍ୟଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା : ବିନା ସୂଚନା ଫଳକରେ ଚାଲିଛି ଆର.ଡି ରାସ୍ତା ନିର୍ମାଣ...

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା : ବିନା ସୂଚନା ଫଳକରେ ଚାଲିଛି ଆର.ଡି ରାସ୍ତା ନିର୍ମାଣ ।

ଅତାବିରା(ସୁରେନ୍ଦ୍ର କଠାର)-ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ,ହେଲେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କାର୍ଯ୍ୟ ଶେଷ ହେବାକୁ ବସିଥିଲେ ମଧ୍ୟ ସୂଚନା ଫଳକର ଦେଖାନାହିଁ ।ବରଗଡ ଜିଲା ଅତାବିରା ବ୍ଲକ ବରାହମୁଣ୍ଡା ଠାରୁ ଭାୟା ଜାମଟିକ୍ରା ଦେଇ ପୋଡବାଡି ଛକକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ ଚାଳିଥିବା ବେଳେ ସୂଚନା ଫଳକ ନ ଲଗାଇ କାମ କରାଯାଉଛି । ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ।

କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ,କେତେ ପରିମାଣର ବାଳି,ଗେଟି ଓ ସିମେଣ୍ଟ ଲାଗିବ,ରାସ୍ତାର ଦୈର୍ଘ୍ୟ ,ଚଉଡା ,କେତେ ଇଂଚ ପିଚୁ ହେବ ,କେତେ ଟଂକା ବିନିଯୋଗ ହୋଇଛି ତାହା ସୂଚନା ଫଳକରେ ଉଲ୍ଲେଖ କରିବା କଥା । କିନ୍ତୁ ଏଠି ବିନା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟ ଶେଷ ହେବାକୁ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୂଚନା ଫଳକ ଲାଗିନଥିବାରୁ ଲୋକେ ପ୍ରକଳ୍ପ ସମ୍ପର୍କରେ କିଛି ଜାଣିପାରୁନାହାନ୍ତି । ବିଭାଗୀୟ ଅଧିକାରୀଙ୍କ ମନମୁଖି କାମଯୋଗୁଁ ରାସ୍ତାଟି ଭଲଭାବରେ ନିର୍ମାଣ ହେଉନଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି |

error: Content is protected !!