Saturday, March 7, 2026
Homeଅଘଟଣମୋବାଇଲ ଚୋରୀ,ଜଣେ ଗିରଫ।

ମୋବାଇଲ ଚୋରୀ,ଜଣେ ଗିରଫ।

ତୁରେକେଲା-ତୁରେକେଲା ଥାନା ଅନ୍ତର୍ଗତ ଲର୍କୀ ଗାଁ ର ଜଣେ ଯୁବକ ମୋବାଇଲ ଚୋରୀ ଅଭିଯୋଗ ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ୯ ଟା ସମୟରେ ତୁରେକେଲା ଗାଁ ର ସ୍ନେହ ପ୍ରଭା ରାୟ ଙ୍କ ଘରକୁ ଜଣେ ଅଜଣା ବ୍ୟକ୍ତି କିଛି କେସ ମୋକଦ୍ଦମା ର ଅଭିଯୋଗ ଲେଖାଇ ବାକୁ ଆସିଥିଲେ l ଶ୍ରୀମତୀ ରାୟ ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ସନ୍ଧ୍ୟା ୪ ପରେ ଆସିବାକୁ କହି ସେ କୌଣସି କାର୍ଯ୍ୟରେ ବ୍ୟସ୍ତତା ହୋଇ ଗଲେ,

ଏହାର ସୁଯୋଗ ନେଇ ଚାର୍ଜ ରେ ବସାଇ ଥିବା ମୋବାଇଲ କୁ ନେଇ ଫେରାର ମାରି ଥିବା ଘଟଣା ଥାନାରେ ଏତଲା ଦିଆଯାଇଥିଲା। ଉକ୍ତ ଘଟଣା ଉପରେ ତୁରେକେଲା ଥାନା କେସ ନମ୍ବର ୧୫/୨୨୩ ପଞ୍ଜିକୃତ କରାଯିବା ସହ ଧାରା ୩୦୫ ଅନୁସାରେ ମୋବାଇଲ ଚୋରୀ କରିଥିବା ଅଭିଯୋଗ ରେ ଲର୍ଲି ଗାଁ ରାଜକିଶୋର ଶବର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

error: Content is protected !!