Sunday, March 8, 2026
Homeଅଘଟଣମେଲଛାମୁଣ୍ଡା ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ:ନୁଆଁପାଲି ସ୍କୁଲର ତାଳା ଭାଙ୍ଗି ଚୋରି ।

ମେଲଛାମୁଣ୍ଡା ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ:ନୁଆଁପାଲି ସ୍କୁଲର ତାଳା ଭାଙ୍ଗି ଚୋରି ।

ପଦ୍ମପୁର-ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତର ନୁଆଁପାଲି ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ସହ ଅନନ୍ୟ ସାତୋଟିକୋଠରୀ,ଗୋଦାମ ଗୃହ ଇତ୍ୟାଦିର ତାଲା ମାନ ଭାଙ୍ଗି ଚୋର ମାନେ ଛାତ୍ରଛାତ୍ରୀଙ୍କୁ ରୋଷେଇ କରି ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଚାଉଳ ଚୋରିକରି ନେଇଯାଇଥିବା ପ୍ରଧାନ ଶିକ୍ଷକ ଅଭୟ ଗୁରୁ ମେଲଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି।

ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ସହ ମେଲଛାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେତେକ ପୋଲିସ କର୍ମଚାରୀଙ୍କ କହିବାନୁସାରେ ମେଲଛାମୁଣ୍ଡା ପୋଲିସ ଷ୍ଟେସନରେ କୁଆଡେ କର୍ମଚାରୀଙ୍କ ଅଭାବ ରହିଛି ଯେଉଁଥିପାଇଁ ଏ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରିବା ସମ୍ଭବ ହୋଇପାରୁ ନାହିଁ।

error: Content is protected !!