ପଦ୍ମପୁର-ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗୋଟିଏ ବର୍ଷ ଭିତରେ ମଡ଼ର୍ର,ଚୋରି,ତାଲା ଭାଙ୍ଗି ବିଭିନ୍ନ ଅନୁଷ୍ଠାନ କୁ ପସିବା,ରାତିରେ ଶୋଇଥିବା ବେଳେ କାହାଘରେ ବାହାରପଟୁ ତାଳା ମାରିଦେବା ସମେତ ରାସ୍ତା କଡ଼ରେ ବେଆଇନ କୁଚିଆ ମଦ ଏବଂ ଚାଖଣା ଦୁକାନ ମାନ ଖୋଲିବା ନିତିଦିନିଆ ଘଟଣା ହୋଇଗଲାଣି।ତଥାପି ପୋଲିସ ମଡ଼ର୍ରର ଚୋର ଏବଂ ମଦ ବେପାରୀ ମାନଙ୍କର ଟେର ପାଉନି।କାହା ଛତ୍ରଛାୟାରେ ରାସ୍ତା କଡ ମାନଙ୍କରେ ବେଆଇନ କୁଚିଆ ମଦ ଏବଂ ଚାଖଣା ଦୁକାନ ମାନ ଅନାୟାସରେ ଖୋଲାଯାଇଛି ତାହା ସବୁ ଜାଣି ଶୁଦ୍ଧା ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଆଚାର୍ଯ୍ୟ ଜନକ ପ୍ରସଙ୍ଗ।
ରବିବାର ରାତିରେ ଏପରି ଏକ ଘଟଣା ଘଟିଛି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଗାଁରେ।ବିଜେପୁର ଭାୟା ଗୁଦେରପାଲି ପଦ୍ମପୁର ମୁଖ୍ଯ ରାସ୍ତା କଡରେ ଥିବା ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟର ମେନ୍ ଗେଟ ସମେତ ଅଫିସ ଏବଂ ଅନ୍ଯ କୋଠାର ତିନୋଟି ତାଳା ଭାଙ୍ଗି ଚୋର ମାନେ ଚୋରି ଉଦ୍ଯମ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ସମେତ ଡକ ସ୍କୋଆଡ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।ଅନୁସନ୍ଧାନି କୁକୁର ଟି ସବୁଆଡେ ବୁଲିବୁଲି କଲେଜ ପରିସରରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ଏକ କୁଚିଆ ମଦ ଏବଂ ଚାଖଣା ଦୁକାନ କୁ ପହଞ୍ଚିଥିଲା।
ସେହି ପରି ଉକ୍ତ ରାତିରେ ଗୁଦେରପାଲି ଛକ ଠାରୁ ପ୍ରାୟ ୨ କିମି ଦୁରରେ ଥିବା ବିଜେପୁର ଥାନା ଅର୍ନ୍ତଗତ ଭଟିଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମେତ ମୋ ବ୍ୟାଙ୍କର ତାଳା ଭାଙ୍ଗି ଚୋର ମାନେ ଚୋରି ଉଦ୍ଯମ କରିଥିବା ଭଟିଗାଁ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋଲାପ ନାୟକ ବିଜେପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।ବିଜେପୁର ଠାରୁ ଭାୟା ଗୁଦେରପାଲି ଦୀପ୍ତିପୁର ପର୍ଯ୍ୟନ୍ତ ରାସ୍ତା କଡ ମାନଙ୍କ ରେ ବେଆଇନ କୁଚିଆ ମଦ ଏବଂ ଚାଖଣା ଦୁକାନ ମାନ ଖୋଲାଯାଇଛି।
ସଂଧ୍ୟା ସମୟରେ ଉକ୍ତ ରାସ୍ତାରେ ନିଶାଖୋର ମାନଙ୍କ ଭିଡ ଲାଗିରହିଛି।ଯାହାଫଳରେ ଉକ୍ତ ରାସ୍ତାରେ ସଂଧ୍ୟା ହୋଇଗଲେ ଲୋକେ ଝିଅ ବୋହୂ ସାଙ୍ଗରେ ନେଇକି ଯିବା ଆସିବା ପାଇଁ ନିରାପଦ ଭାବୁ ନାହାଁନ୍ତି। ଏବଂ ଉକ୍ତ ଅଞ୍ଚଳରେ ଗାଡି ଦୁର୍ଘଟଣା ଓ ଚୋର ମାନଙ୍କ ପ୍ରାଦୁର୍ଭାବ ଦିନକୁ ବଢି ଚାଲିଛି। ଉକ୍ତ ରାସ୍ତା ରୁ କୁଚିଆ ମଦ ଏବଂ ଚାଖଣା ଦୁକାନ ମାନ ବନ୍ଦ କରିବା ପାଇଁ ପୋଲିସକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ରଙ୍କ ସମେତ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତିି।