Saturday, March 7, 2026
Homeରାଜ୍ୟମେଧାବୀ ଛାତ୍ରୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ।

ମେଧାବୀ ଛାତ୍ରୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ନୂଆପଡ଼ା ଜିଲ୍ଲା ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। ଏନେଇ ଜିଲ୍ଲାପାଳ ମଧ୍ୟ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। ମଙ୍ଗଳବାର ନୂଆପଡ଼ା ବ୍ରାହ୍ମଣ ସମାଜ ପକ୍ଷରୁ ତାଙ୍କ ବାସଭବନକୁ ଆସି ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇ ଭବିଷ୍ୟତ ଉଜ୍ଜ୍ବଳ କାମନା କରିଛନ୍ତି। ଏହି ଅବସରରେ ତାଙ୍କ ବଡବାପା ଠାକୁର ଚରଣ ପଣ୍ଡା ତଥା ବ୍ରାହ୍ମଣ ସମାଜ ପକ୍ଷରୁ ସଞ୍ଜୟ ପୁରୋହିତ, ଶଙ୍କର ପୁରୋହିତ,ଅନୁପ କୁମାର ପଣ୍ଡା, ସୁଶାନ୍ତ ପତି,ଜୟ କୁମାର ହୋତ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ପଣ୍ଡା ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ନିକଟସ୍ଥ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପାଠ ପଢୁଥିଲେ। ପିଲାବେଳୁ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ବାପ ଅନିରୁଦ୍ଧ ପଣ୍ଡା ଜଣେ ହାଇସ୍କୁଲ ଶିକ୍ଷକ ଥିବା ବେଳେ ତାଙ୍କ ମା ସୀତା ମିଶ୍ର ଗୂହିଣୀ ଅଟନ୍ତି। ତାଙ୍କ ସଫଳତାରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।

error: Content is protected !!