Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମେଧାବୀ ଛାତ୍ରୀକୁ ସହଯୋଗର ହାତ ବଢାଇଲେ ସ୍ବେଛାସେବୀ ।

ମେଧାବୀ ଛାତ୍ରୀକୁ ସହଯୋଗର ହାତ ବଢାଇଲେ ସ୍ବେଛାସେବୀ ।

ଅତାବିରା(ସୁରେନ୍ଦ୍ର କଠାର)-ବହୁଜନ ଏମ୍ପଲୋୟୀ ଆସୋସିଏସନ ବରଗଡ଼ ତରଫରୁ -ଗୋଡ଼ଭାଗା ନିକଟସ୍ତ ଗମ୍ଭାରୀପାଲି ରେ ତରୁଣ ତାଣ୍ଡିଆ ଓ ମମତା ତାଣ୍ଡିଆ ଙ୍କ ଝିଅ ପ୍ରତିଜ୍ଞା ତାଣ୍ଡିଆକୁ ଟ ୪୫୦୦-ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଗଲା l ଯାହାର ଘରୋଇ ଅବସ୍ଥା ଅତ୍ୟନ୍ତ କଷ୍ଟ ଦାୟକ ଥିଲା l ଝିଅଟିର ପାଠପଢା ପ୍ରତି ବହୁତ ଇଛା ଥିବାରୁ ତାର ବାପା ତରୁଣ ତାଣ୍ଡିଆ ଆମ ସଂଘକୁ ଲିଖିତ ଆବେଦନ କରିଥିଲେ, ତେଣୁ ସଂଘର କିଛି ସଭ୍ୟ ତଥା ଗୁରୁ ଚରଣ ହରପାଳ, ଉଦ୍ଧବ ମହାନନ୍ଦ, ପ୍ରହଲ୍ଲାଦ ବେସରା,ରତ୍ନାମଣି ତାଣ୍ଡି, ରାଜ କିଶୋର ମହାନନ୍ଦ, ସୌମ୍ୟ ରଞ୍ଜନ, ଏମଏଲ ରାଉତ ଓ ଅଦନ ସୁନା ତତକ୍ଷଣାତ ୫ଶହ – ଲେଖାଏଁ ସଂଗ୍ରହ କରି ଲରମ୍ଭା କଲେଜ ରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପ୍ରତିଜ୍ଞାର ରିଏଡମିସନ ପାଇଁ ଦିଆଯାଇଥିଲା l

error: Content is protected !!