Saturday, March 7, 2026
Homeରାଜ୍ୟମେଧାବୀ ଛାତ୍ରଙ୍କୁ ସହଯୋଗର ହାତ ବଢାଇଲେ ଗୋବର୍ଦ୍ଧନ ଭୁଏ।

ମେଧାବୀ ଛାତ୍ରଙ୍କୁ ସହଯୋଗର ହାତ ବଢାଇଲେ ଗୋବର୍ଦ୍ଧନ ଭୁଏ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରାଇକେଲା ଗାଁର କୁଟୁ ବରିହାଙ୍କ ପୁଅ ରାଜେଶ ବରିହା ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିଲେ । ରାଜେଶଙ୍କ ଉଚ୍ଚ ଶିକ୍ଷା ଆଶା ଥିଲେ ମଧ୍ଯ ଅର୍ଥାଭାବ କାରଣରୁ ସେ ପାଠ ପଢିବାରେ ଅକ୍ଷମତା ପ୍ରକାଶ କରିଥିଲେ ।

ଏ ବିଷୟରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏ ଖବର ପାଇ କୁଟୁ ବରିହଙ୍କ ଘରକୁ ଯାଇ ରାଜେଶଙ୍କୁ ଭେଟି ତାଙ୍କ ଉଚ୍ଚଶିକ୍ଷା ପାଇଁ ତାଙ୍କ ନାମ ଲେଖାବାରେ ଆର୍ଥିକ ସହଯୋଗ କରିଥିଲେ । ପରେ ତାଙ୍କୁ କଲେଜ ଯିବା ଆସିବା ପାଇଁ ଅସୁବିଧା ହେବାରୁ ଆଜି ଗୋବର୍ଦ୍ଧନ ଭୁଏ ରାଜେଶଙ୍କୁ ଏକ ସାଇକେଲ କିଣି ପ୍ରଦାନ କରିଛନ୍ତି।

ଏହି ସମୟରେ ଶ୍ରୀଯୁକ୍ତ ଦିବ୍ୟକିଶୋର ପଧାନ, କେତନ ମେହେର, ନିରାକାର ବରିହା,ମନୋଜ ମେହେର, ଦ୍ରୋଣ ବେହେରା,ସୁବ୍ରତ ସାହୁ,ନବକିଶୋର ସାହୁ,ନିଳାଞ୍ଚଳ ଦରୱାନ,ନିରୋଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!