Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା ।

ବରଗଡ଼-ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି I ସ୍ଥାନୀୟ ପଂଚାୟତ କଲେଜ ସ୍ତିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ସମସ୍ତ ରିଟର୍ଣ୍ଣି ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ ତଥା ତହସିଲଦାର, ବିଡ଼ିଓ ଏବଂ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ I

ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ପାଞ୍ଚୋଟି ବିଧାନ ସଭା ଏବଂ ଗୋଟିଏ ଲୋକ ସଭା କ୍ଷେତ୍ର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହ ଏବଂ କାଳ ବୈଶାଖୀ ସମୟରେ ମତଦାନର ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଜିରୋ କାଜୁଆଲିଟି ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାନୀୟ ଜଳ, ଛାଇ ବ୍ୟବସ୍ତା , ଦିବ୍ୟାଙ୍ଗ ଏବଂ ବୃଦ୍ଧ ଭୋଟରଙ୍କ ପାଇଁ ହୁଇଲ ଚେୟାର ଓ ଭୋଟର ସହାୟତା କେନ୍ଦ୍ର କରିବାକୁ ନିର୍ଦ୍ଧେଶ ଦେଇଥିଲେ I ପ୍ରତ୍ୟକ ଭୋଟ ମୂଲ୍ୟବାନ ତେଣୁ ମତଦାନରେ ନିୟୋଜିତ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ଭୋଟର ବ୍ୟବସ୍ତା କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ I ଆଦର୍ଶ ବୁଥ ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ସଖି ବୁଥରେ ମହିଳା ପୋଲିଂ ଟିମର ସମ୍ପୂର୍ଣ ସୁରକ୍ଷା ଏବଂ ସେମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ତାକୁ ଗୁରୁତ୍ୱ ଦେବା ସହ ରାଜନୈତିକ ଦଳ ସହିତ ଆଲୋଚନା କରି ମହିଳା ପୋଲିଂ ଏଜେଣ୍ଟ ନିୟୋଜନ କରିବା ପାଇଁ କହିଥିଲେ I ନିର୍ବାଚନ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରତି ନିର୍ବାଚନ ଆୟୋଗର ଆଭିମୁଖ୍ୟ ଉଲ୍ଲେଖ କରିବା ସହିତ ଆଦର୍ଶ ଅଚରଣ ବିଧି ଅନୁପାଳନ କରି ମୁକ୍ତ ଏବଂ ନିରପେକ୍ଷ ମତଦାନ ନିମନ୍ତେ କାର୍ଯ୍ୟକରିବାକୁ ନିର୍ଦ୍ଧେଶ ଦେଇଥିଲେ I

ବୈଠକର ଦ୍ଵିତୀୟ ସଂପାନରେ ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ ମତଦାନ ସମୟରେ ସମସ୍ତ ବିଭାଗର ସମନ୍ୱୟ ରଖି ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ର ବାବସ୍ଥା କରିବା ସହ ଉଭୟ ମତଦାତା ଏବଂ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ପେଟ୍ରୋଲିଂ, କମ୍ବିଙ୍ଗ ଅପରେସନ ଏବଂ ଫ୍ଲାଗମାର୍ଚ୍ଚ ତ୍ୱରାନ୍ୱିତ କରିବାକୁ କହିଥିଲେ I ମାଦକ ଦ୍ରବ୍ୟ ଏବଂ ପଇସା ବଣ୍ଟନକୁ ରୋକିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସୀମାରେ କଡାକଡି ଯାଞ୍ଚ କରିବାକୁ କହିଥିଲେ I ବୈଠକରେ ଉତ୍ତରାଞ୍ଚଳ ଆରଡ଼ିସି ଶ୍ରୀ ଶ୍ରୀକାନ୍ତ ପୃଷ୍ଠି ସମସ୍ତ ଅଧିକାରୀ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରି ନିୟମାନୁସାରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେବା ସହ ମତଦାନ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ତା କରିବା ଏବଂ ରାଜନୈତିକ ଦଳ ମଧ୍ୟରେ ସମନ୍ୱୟ ରଖି ଇଭିଏମ ସ୍ଥାନାନ୍ତରୀକରଣ ଓ କମିଶନିଙ୍ଗ ଭଳି ବିଭିନ୍ନ କାର୍ଯ୍ୟ କରିବାକୁ କହିଥିଲେ I

ବୈଠକର ତୃତୀୟ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ମତଦାନରେ ସେମାନଙ୍କ ଭୂମିକା ପଚାରି ବୁଝିବା ସହିତ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ I ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା ସ୍ଵଛ ଏବଂ ନିରପେକ୍ଷ ନିର୍ବାଚନ ଲାଗି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି, ଚେକ ପୋଷ୍ଟ ଚେକିଂ, ମାଦକ ଦ୍ରବ୍ୟ ଜବତ, ଫ୍ଲାଗମାର୍ଚ୍ଚ, ମାଓ ପ୍ରବଣ ବୁଥରେ ଜିଓ ଟାଗିଙ୍ଗ ବ୍ୟବସ୍ତା ଆଦି ପୋଲିସ ବିଭାଗର ରଣନୀତି ନେଇ ସବିଶେଷ ତଥ୍ୟ ରଖିଥିଲେ I ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଭୋଟର୍ କାର୍ଡ ପ୍ରିଣ୍ଟିଙ୍ଗ୍, ଫର୍ମ ପ୍ରକ୍ରିୟାକରଣ ସ୍ଥିତି, ମଡେଲ୍ ମତଦାନ କେନ୍ଦ୍ରର ପ୍ରସ୍ତୁତି, ଭୋଟ୍ କାଉଣ୍ଟିଂ ହଲ୍, ଇଭିଏମ୍ ଷ୍ଟୋର ରୁମ୍, ପୁଲିଂ ପାର୍ଟୀ, ସୁଇପ୍ କାର୍ଯ୍ୟକଳାପ, ଗତିବିଧି ଯୋଜନା, ମାର୍ଗ ଚାର୍ଟ, ମତଦାନ ପାଇଁ ସାମଗ୍ରୀର ସ୍ଥିତି, ଆଦର୍ଶ ଆଚରଣ ବିଧିର ଅନୁପାଳନ ଏବଂ ଗ୍ରୀଷ୍ମ ପ୍ରବାହ କାଳବୈଶାଖୀ ସମୟରେ ସୁଚାରୁ ରୂପେ ମତଦାନ ନିମନ୍ତେ ପଦକ୍ଷେପ ନେଇ ସବିଶେଷ ତଥ୍ୟ ରଖିଥିଲେ I ପରିଶେଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ବରଗଡ଼ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିକୁ ପ୍ରଶଂସା କରିବା ସହ ମତଦାନ ସମୟରେ ସମନ୍ୱିତ ମିଡିଆ ବା ସମାଜିକ ଗଣ ମାଧ୍ୟମ ପରିଚାଳନା ପାଇଁ ଏମସିଏମସି ଏବଂ ପୋଲିସ ବିଭାଗର ଆଇଟି ସେଲ ସମନ୍ୱୟ ରଖି କାର୍ଯ୍ୟକରିବାକୁ ଉପଦେଶ ଦେଇଥିଲେ I ବୈଠକ ଶେଷରେ ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅତିରିକ୍ତ ଜିଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ପଦ୍ମପୁର ଅତିରିକ୍ତ ଜିଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ, ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ I

error: Content is protected !!