ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ଥାନୀୟ ମଦନ ମୋହନ ଛକ ନିକଟସ୍ଥ ବିରଞ୍ଚି ନାରାୟଣ ମାର୍କେଟ କମ୍ପ୍ଲେକ୍ସ-୧ ସମ୍ମୁଖ ରାସ୍ତା କଡରେ ଦୀର୍ଘ ଦିନ ଧରି ବସି ଆସୁଥିବା ମାଛ ବେପାରୀଙ୍କୁ ଆଜି ପ୍ରଶାସନ ହଟାଇଛି । ସଂପୃକ୍ତ ମାଛ ବେପାରୀମାନେ ଏନ୍ଏସି ପକ୍ଷରୁ ନିର୍ମିତ ମାଛ ଓ ମାଂସ ବିକ୍ରୟ କେନ୍ଦ୍ରର ଅବ୍ଯବସ୍ଥାକୁ ଦର୍ଶାଇ ରାସ୍ତା କଡରେ ବିକ୍ରିବଟା କରୁଥିବାରୁ ଅଯଥା ଟ୍ରାଫିକ୍ ସମସ୍ୟା ଦେଖାଯିବା ସାଙ୍ଗକୁ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା । ଏ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଉଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ କୋଣସି ପ୍ରତିକାର ବ୍ଯବସ୍ଥା ହୋଇପାରୁନଥିଲା ।
ଏଭଳି ଅବ୍ଯବସ୍ଥା ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ତୀବ୍ରତର ହେବା ଏବଂ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା । ତେବେ ଏନ୍ଏସି ପ୍ରଶାସନ ହଠାତ୍ ଚିହିଁଙ୍କି ଉଠି ପୋଲିସ ପ୍ରଶାସନର ସହାୟତାରେ ଆଜି ସଂପୃକ୍ତ ମାଛ ବେପାରୀଙ୍କୁ ରାସ୍ତା କଡରୁ ହଟାଇ ମାଛ ଓ ମାଂସ ବିକ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲା । ତେବେ ବହୁ ବିଳମ୍ବରେ ହେଲେ ସୁଦ୍ଧା ଏନ୍ଏସି ପ୍ରଶାସନର ଏତାଦୃଶ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ଜଣାଯାଇଛି ।