Saturday, March 7, 2026
Homeଅଘଟଣମୁକୁଳା ଟ୍ରାନ୍ସଫମର ପାଇଁ ଚାଲିଗଲା ଗୋମାତାର ଜିବନ ।

ମୁକୁଳା ଟ୍ରାନ୍ସଫମର ପାଇଁ ଚାଲିଗଲା ଗୋମାତାର ଜିବନ ।

ଝାରବନ୍ଧ(ବଂଶୀଧର ନାୟକ)- ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଚାଳିଗଲା ଗୋମାତାର ଜିବନ। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମ ରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫମର , ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବିଭାଗିୟ ଅଧିକାରୀ। ଆଗରୁ ମଧ୍ୟ ମୁକୁଳା ଟ୍ରାନ୍ସଫମର ସ୍ପର୍ଶରେ ଆସି ବହୁ ଗାଈଗୋରୁ ମୃତ୍ୟୁବରଣ କରିଥିଵା ସୂଚନା ମିଳିଛି।

ଅତ୍ୟନ୍ତ ଦୁଃଖ ବିଷୟର ଯେଉଁ ଗାଈ ମୃତ୍ୟୁ ବରଣ କରିଛନ୍ତି।ସେ ଗାଈର କ୍ଷୀର ରେ ଗୋଟିଏ ପରିବାର ପ୍ରତିପୋଷଣ ହେଉଥୁଲେ। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଚାଳିଗଲା ଗୋମାତାର ଜିବନ।କେବଳ ବିଦ୍ୟୁତ ବିଲ୍ ଅସୁଲି କରିବାରେ ବ୍ୟସ୍ତ, ବିଲ୍ ନଦେଲେ ଉପଭୋକ୍ତା ଙ୍କ ଲାଇନ୍ କଟା ହେଉଛି।ଆଗାମୀ ଦିନରେ ମୁକୁଳା ଟ୍ରାନ୍ସଫମର ‌ଚାରିପଟେ ପାଚେରି କରିବା ପାଇଁ ସାଧାରଣରେ ଦାବି ହୁଏ।

error: Content is protected !!