ଧାନ ମଣ୍ଡିର ଉଦଘାଟନ କଲେ ବିଧାୟିକା ।
ପଦ୍ମପୁର-ବରଗଡ଼ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଏ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନ ଚାଷ କରି ନିଜର ଓ ରାଜ୍ୟ ବାସୀଙ୍କୁ ଆହାର ଯୋଗାଇବା ପାଇଁ ଦିନରାତି କଠୋର ପରିଶ୍ରମ କରିଥାନ୍ତି । ଚାଷ କରି ଫସଲ ଅମଳ ହେବା ପରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ପାଇବା ପାଇଁ ଚାଷୀ ନିଜର ଫସଲକୁ ମଣ୍ଡିକୁ ଆଣିଥାଏ ।
ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ମଣ୍ଡି ସବୁ ଖୋଲା ଯାଇ ଚାଷୀ ମାନଙ୍କ ଫସଲ କିଣାଯାଏ । ଚଳିତ ବର୍ଷ ମଧ୍ୟ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକର ଅନେକ ସ୍ଥାନରେ ମଣ୍ଡି ଖୋଲା ଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ପ୍ରଥମେ ପଲସଦା ଗ୍ରାମକୁ ଯାଇ ଚାଷୀ , ମଣ୍ଡିରେ କାମ କରୁଥିବା କର୍ମଚାରୀ , ଯୋଗାଣ ବିଭାଗର ଅଧିକାରୀ ଓ ଗ୍ରାମର ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ , ପୂଜା ପାଠ କରି ମଣ୍ଡିର ଉଦଘାଟନ କରିଥିଲେ ।
ଏହାପରେ ବିଧାୟିକା ଝିଟିକି,ଜାମସେଠ ମଣ୍ଡିକୁ ମଧ୍ୟ ଉଦଘାଟନ କରି ଆଜି ଠାରୁ ଚାଷୀ ମାନଙ୍କ ଧନ କିଣିବା ପାଇଁ ଆରମ୍ଭ କରିବା ସହିତ ମଣ୍ଡିରେ ଉପସ୍ଥିତ ସମସ୍ତ ଚାଷୀଙ୍କ ସହିତ ଅନେକ ବିଷୟରେ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ଓ ଚାଷୀଙ୍କ ମନରେ ଥିବା ସନ୍ଦେହ ବାବଦରେ ଅବଗତ ହୋଇଥିଲେ। ଚାଷୀ ମାନେ ଧାନ ବିକିବା ପାଇଁ ଓ ବିକିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେ ସବୁବେଳେ ଚାଷୀ ଭାଇ ମାନଙ୍କ ପାଇଁ ତାଙ୍କ ସହିତ ମିଶି ଲଢେଇ କରିବେ ବୋଲି ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି ।