Tuesday, December 3, 2024
spot_imgspot_imgspot_img
Homeରାଜ୍ୟମିଲିଟାରୀ ଷ୍ଟେସନରେ ଦୀପାବଳି ପାଳିଲେ ରାଜ୍ୟପାଳ।

ମିଲିଟାରୀ ଷ୍ଟେସନରେ ଦୀପାବଳି ପାଳିଲେ ରାଜ୍ୟପାଳ।

ଭୁବନେଶ୍ୱର- ଭୁବନେଶ୍ୱରସ୍ଥିତ ମିଲିଟାରୀ ଷ୍ଟେସନଠାରେ ସୈନିକ ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ଦୀପାବଳି ପାଳିଛନ୍ତି ରାଜ୍ୟପାଳ ରଘୁବର ଦାସ। ମଙ୍ଗଳବାର ଦିନ ମିଲିଟାରୀ ଷ୍ଟେସନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ସମସ୍ତଙ୍କ ପରିବାରର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ। ଦୀପାବଳି ଅବସରରେ ସେନା ଓ ତାଙ୍କ ପରିବାର ଗହଣକୁ ଆସି ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଥିଲେ।

ଉପସ୍ଥିତ ସୈନିକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଲୋକମାନେ ପରିବାର ସହିତ ଦୀପାବଳି ମନାଉଥିବା ବେଳେ ଆପଣମାନଙ୍କ ମଧ୍ୟରୁ ଅନେକ ନିଜ ପରିବାର, ବନ୍ଧୁ ପରିଜନଠାରୁ ଦୂରରେ ରହି ରାଷ୍ଟ୍ରର ସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ଦୀପାବଳୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ । ଦେଶର ବାହାଦୂର ଯବାନମାନଙ୍କ ପାଇଁ ଆମ ଗୌରବଶାଳୀ ଦେଶ ସୁରକ୍ଷିତ ରହିଛି।

ଯେକେହି ଆମ ଦେଶ ପ୍ରତି ଆଙ୍ଗୁଳି ଉଠାଇଲେ ଆମ ଯବାନମାନେ ତାର ଉଚିତ୍ ଜବାବ ଦେବେ ବୋଲି ରାଜ୍ୟପାଳ କହିଥିଲେ। ଷ୍ଟେସନ କମାଣ୍ଡର ତଥା ଛତିଶ୍‌ଗଡ଼ ଓ ଓଡ଼ିଶା ସବ୍‌-ଏରିଆର କମାଣ୍ଡର ବ୍ରିଗେଡିୟର ଅମନ ଆନନ୍ଦ ଭି.ଏସ୍‌.ଏମ୍‌. ଉକ୍ତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ସୈନିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ବାର୍ତାଳାପ କରିବା ସହ ଦୀପାବଳି ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର, ଗୋପାଳପୁର, ବାଲେଶ୍ୱରରେ ଅବସ୍ଥାପିତ ସଶସ୍ତ୍ର ବଳରେ ସେବାରତ ଅଧିକାରୀ / କର୍ମଚାରୀ ଓ ସେମାନଙ୍କର ପରିବାର, ଅବସରପ୍ରାପ୍ତ ସେନା ଅଧିକାରୀ, ଏନ୍‌.ସି.ସି. କ୍ୟାଡେଟ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

error: Content is protected !!