Sunday, March 8, 2026
Homeରାଜ୍ୟମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ।

ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ।

ପଦ୍ମପୁର-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ “ମା ପାଇଁ ଗଛଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍କୁଲ ପରିସର ମଧ୍ୟରେ ଷୋହଳଟି ଚାରା ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ଵାରା ରୋପଣଙ୍କ କରାଯାଇଥିଲା। ଗଛ ଲଗାଇ ତାର ଯତ୍ନ ନେବା ଦ୍ଵାରା ମିଳୁଥିବା ଉପକାର ସମ୍ବନ୍ଧରେ ପ୍ରଧାନଶିକ୍ଷକ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

error: Content is protected !!