Wednesday, November 27, 2024
spot_imgspot_imgspot_img
Homeରାଜ୍ୟମାହେଶ୍ବରୀ ସେନା ତରଫରୁ ରକ୍ତଦାନ ଶିବିର : ୫୨ ୟୁନିଟ ରକ୍ତ ସଂଗୃହିତ।

ମାହେଶ୍ବରୀ ସେନା ତରଫରୁ ରକ୍ତଦାନ ଶିବିର : ୫୨ ୟୁନିଟ ରକ୍ତ ସଂଗୃହିତ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମ ଠାରେ ମାଁ ମାହେଶ୍ୱରୀ ସେନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରଟି ଡୁମାଲ ପରିଷଦ, ଓଡିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଳୀ, ଲହଣ୍ଡା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅର୍ଜୁନ ନାଏକ, ଲାୟନ୍ସ କ୍ଲବ ଗୋଡ଼ଭଗାର ସଭାପତି ଡାକ୍ତର ଚିତ୍ତରଞ୍ଜନ ଜେନା, ଶ୍ରୀଯୁକ୍ତ ଦେବବ୍ରତ ରଥ ଓ ଯୁବସଂଗଠକ ଶ୍ରୀଯୁକ୍ତ କୁବେର ବାରିକ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା l ଏହି ରକ୍ତଦାନ ଶିବିରରେ ୪୦ଜଣ ପୁରୁଷ ଓ ୧୨ଜଣ ମହିଳା ରକ୍ତଦାତାଙ୍କ ଠାରୁ ସର୍ବମୋଟ ୫୨ ୟୁନିଟ ରକ୍ତ ଭୀମସାର, ବୁର୍ଲା ରକ୍ତଭଣ୍ଡାରର ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ସଂଗୃହିତ ହୋଇଥିଲା l

ପ୍ରଥମ ଥର ୨୯ଜଣ ନୁଆଁ ରକ୍ତଦାତା ଏହି ଶିବରରେ ରକ୍ତଦାନ କରିଥିଲେ l ପରିଶେଷରେ ମାଁ ମାହେଶ୍ୱରୀ ସେନା ତରଫରୁ ଲହଣ୍ଡା ସ୍ଥିତ ବାବା ବିଶ୍ଵନାଥ ମନ୍ଦିର ପରିସରରେ ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ରକ୍ତଦାନ ଶିବିର ରେ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାଁ ମାହେଶ୍ୱରୀ ସେନା ଏବଂ ଲାୟନ୍ସ କ୍ଲବ ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଲହଣ୍ଡା ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ l

error: Content is protected !!