ବରଗଡ – ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତ୍ଵରିତ ପଦକ୍ଷେପ ଫଳରେ ବରଗଡ ତୁର୍ଲାର ଛାତ୍ରୀ ପାଇଲେ ନାମଲେଖା ସହାୟତା । ଜଣେ ୟୁଜର ଛାତ୍ରୀଜଣଙ୍କ ନାମଲେଖା ପାଇଁ ଆର୍ଥିକ ଅସୁବିଧା କଥା ସୋସିଆଲ ମେଡିଆ ପ୍ଲ୍ଯାଟଫର୍ମ “ଏକ୍ସ”ରେ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଏଇଡ ନାମଲେଖା ନିମନ୍ତେ ଛାତ୍ରୀଙ୍କୁ ସମୁଦାୟ ୪୬,୦୦୦ ଟଙ୍କାର ଜରୁରୀ ଥିବାବେଳେ ସେ ୩୧୦୦୦ ଟଙ୍କା ଯାଏଁ ଯୋଗାଡ କରିପାରିବେ ବୋଲି ଉଲ୍ଲେଖ କରିଥିଲେ ।

ତେବେ ଅତିରିକ୍ତ ୧୫୦୦୦ ଟଙ୍କାପାଇଁ ମାନ୍ୟବର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ । ସମ୍ପୃକ୍ତ ଛାତ୍ରୀଙ୍କ ପାଠପଢା ସମସ୍ୟା ବାବଦରେ ଜାଣିବା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ତ୍ଵରିତ ପଦକ୍ଷେପ ନେବାପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନିୟମ ଅନୁସାରେ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ତନଖି କରି ଆଜି ୧୫୦୦୦ ଟଙ୍କା ମଞ୍ଜୁର କରାଯାଇଛି । ରେଡକ୍ରସ ପକ୍ଷରୁ ମାନିନୀ ସାହୁଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ ଏହି ଅର୍ଥ ପ୍ରଦାନ କରାଯାଇଛି । ତେବେ ମାନ୍ୟବର ମନ୍ତ୍ରୀଙ୍କ ଏହି ପଦକ୍ଷେପ କୁ ସାଧାରଣ ରେ ଉଚ୍ଚ ପ୍ରଶଂସିତ କରାଯାଉଛି ।



