Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମାନସିଂହ ସାହିତ୍ୟ ସଂସଦର ୪୫ ତମ କବିତା ଆସର ।

ମାନସିଂହ ସାହିତ୍ୟ ସଂସଦର ୪୫ ତମ କବିତା ଆସର ।

ପଦ୍ମପୁର-ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା,ପୁରୀ ଦ୍ଵାରା ଆୟୋଜିତ ୪୫ ତମ ଆଭାସୀ କବିତା ଆସର ଗୁଗୁଲୁ ମିଟ ମାଧ୍ୟମରେ ବିଷ୍ଣୁପ୍ରସାଦ ଦଳେଇଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀମତୀ ମିନା ମହାରଣା ଯୋଗଦେଇ ଓଡ଼ିଆ କବିତା ଓ ମାନସିଂହଙ୍କ କୃତି ଆଲୋଚନା କରିବା ସହ ଅନ୍ୟ ଉପସ୍ଥିତ କବିମାନଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟତମ ବରେଣ୍ୟ ଅତିଥି ରୂପେ ପ୍ରଫେସର ସରୋଜିନୀ ବରାଇ, ସୁଦୂର ଆମେରିକାରୁ ଚନ୍ଦ୍ରା ମିଶ୍ର , ବୈଜ୍ଞାନିକ ନଳିନୀ ପଟ୍ଟନାୟକ ଉପସ୍ଥିତ ରହି କବିତା ପାଠ କରିଥଲେ । ସଂସଦର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଏଇ ସହକାର ପୂଜା ସଂଖ୍ୟାର ଉପକ୍ରମଣିକା ପ୍ରଦାନ କରିଥିଲେ ।

କୃଷ୍ଣପ୍ରସାଦରୁ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ଦେଶ ବିଦେଶରୁ ଅନେକ କବି ଯଥା ସୁଜିତ ମିଶ୍ର, ପ୍ରତାପ ରଥ, ପ୍ରଦୀପ୍ତ ସାହୁ,ବନ ବିହାରୀ ପଟ୍ଟନାୟକ, ପୁର୍ଣ ଚନ୍ଦ୍ର ଜେନା, ଭାରତୀ ହୋତା, ମନ୍ଦାକିନୀ ପାଢ଼ୀ ଏବଂ ପ୍ରାୟ ୪୯ ରୁ ଅଧିକ ସାହିତ୍ୟ ସାଧକ ସାଧିକା ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ ।

ଶେଷରେ ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଆଗକୁ ସହଯୋଗ କାମନା କରିଥିଲେ । ଆସନ୍ତା କବିତା ଆସର ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବା ପାଇଁ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।

error: Content is protected !!