Thursday, December 12, 2024
spot_imgspot_imgspot_img
Homeରାଜ୍ୟମାନବିକତା ହିଁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମ ।

ମାନବିକତା ହିଁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମ ।

ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ମାନବାଧିକାର ଦିବସ ପାଳିତ ।

ବରଗଡ-ମଣିଷକୁ ମଣିଷ ଭଳି ବ୍ୟବହାର ପ୍ରଦର୍ଶନ କରିବା ହିଁ ମାନବିକତା । ମାନବିକତା ହିଁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମ । ମାନବିକତା ବିହୀନ ଲେଖା ଉଚ୍ଚାଙ୍ଗ ସୃଜନ କଳାର ପରିପନ୍ଥୀ । ଅସ୍ପୃଶ୍ୟତା, ସାଂପ୍ରଦାୟିକତା, ଆର୍ଥନୀତିକ ଅସମାନତା ବିଭିନ୍ନ କ୍ଷେତ୍ରରେ ମାନବିକତାକୁ କ୍ଷୁର୍ଣ୍ଣ କରିଥାଏ । ଅଧୁନା ନାରୀ ହିଂସା ଓ ଅଧିକାର ସର୍ବୋପରି ସେମାନଙ୍କୁ ସଶକ୍ତିକରଣ କରିବା ନାମରେ ଯେତେ ବିତର୍କ ଓ ସମାରୋହ ଆୟୋଜନ କରାଯାଉଥିଲେ ହେଁ ମାନବିକତା ବିଚାର ପ୍ରେକ୍ଷାପଟ୍ଟରେ ଆଲୋଚନା କଲେ ଜଣାଯାଏ ଯେ ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କୁ ଅପେକ୍ଷାକୃତ ଅଧିକାର ମିଳିପାରି ନାହିଁ ।

ଜାତି, ଧର୍ମ ,ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଆତ୍ମ ସମ୍ମାନ ସହିତ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି । ରାଷ୍ଟ୍ର ଆମକୁ ଏହି ସୁରକ୍ଷା ପ୍ରଦାନ କରିଥାଏ । ତେବେ କ୍ଷମତା, ଅର୍ଥ, ପ୍ରତିପତ୍ତି, ଅନ୍ଧବିଶ୍ୱାସ, କୁସଂସ୍କାର, ବର୍ଗ ଓ ଅବିଚାର ମାନବିକ ଅଧିକାରକୁ ଦ୍ୱାହି ଦେଉଥିବା ଅନେକ ଦୃଷ୍ଟାନ୍ତ ରହିଆସିଛି ସମାଜରେ । ଏଣୁ ବସୁଦେବ କୁଟୁମ୍ବ କମ୍ ଭାବନାରେ ସର୍ବମଙ୍ଗଳ କାମନା ସାଂପ୍ରତିକ ସ୍ଥିତିରେ ସମସ୍ତଙ୍କ ପାଇଁ ଏକ ବୃହତ୍ ଆହ୍ୱାନ୍ ବୋଲି ମତ ପ୍ରକାଶ ପାଇଛି ଜାତୀୟ ମାନବାଧିକାର ଦିବସରେ । ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ପାଳିତ ଏହି ଦିବସରେ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ସଭାପତିତ୍ବରେ କରିଥିଲେ ।

ସମବେତ କଣ୍ଠରେ ଜାତୀୟ ସଂଗୀତ ଗାନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ଭେଡେନ ବ୍ଳକ୍ ର ମନୋହର ସାଂସ୍କୃତିକ ସଂସଦର ସଭାପତି, ରାଜନେତା, ଶିକ୍ଷକ ,କୃଷକ ଓ ସାମାଜିକ ସଂଗଠନର ସକ୍ରୀୟ ସଦସ୍ୟ ତଥା ସାମାଜିକ କର୍ମୀ ଶ୍ରୀ ଉତ୍ପନ୍ନ ଭୋଇ ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁବଳ ମେହେର ଓ ସହକାରୀ ପ୍ରଫେସର ବିଜୟ ନାଗ ମଞ୍ଚାସୀନ ଥିଲେ ।

ସହକାରୀ ପ୍ରଫେସର ଶ୍ରୀ ନାଗ ସଭା ଆୟୋଜନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଫେସର ମେହେର । ଅଧ୍ୟକ୍ଷ ଓ ପ୍ରଶାସନିକ ମୁଖ୍ୟ ନିଜ ନିଜର ବକ୍ତବ୍ୟ ରଖି ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନରେ ଶ୍ରୀ ଭୋଇଙ୍କ ଅଭିଭାଷଣ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ମମତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଧନ୍ୟବାଦ୍ ପ୍ରଦାନ କରିଥିଲେ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର । ଏହି ପରିପ୍ରେକ୍ଷୀରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ମାନବାଧିକାର ବିଷୟବସ୍ତୁ ଆଧାରିତ ଏକାଙ୍କିକା ‘ନାରୀ ଅଧିକାର’ ଓ ‘ଆମ ବିଚାର’ ପରିବେଷିତ ହୋଇଥିଲା । ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

error: Content is protected !!