ପଦ୍ମପୁର– ପଦ୍ମପୁର ସହରରେ ଖୋଲିଥିବା ଏକ ସପିଂ ମଲ ଗ୍ରାହକଙ୍କୁ ଅସହଯୋଗ ତଥା ହଇରାଣ କରୁଥିବା ସାମାଜିକ ଗଣମାଧ୍ୟମରେ ଅଭିଯୋଗ ହେଉଛି । ପଦ୍ମପୁର ସହରର ମେହେର ପଡା ନିବାସୀ ସେବକ ମେହେର ନାମକ ଜଣେ ଯୁବକ ତାଙ୍କୁ ପଦ୍ମପୁର ସହରର ଭେଉଁରିଆ ଛକ ନିକଟରେ ରହିଥିବା ମାଦୋ ବଜାର ନାମକ ଏକ ସପିଙ୍ଗ ମଲ ଅସଯୋଗ ତଥା ହଇରାଣ କରିଥିବା ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।

ତାଙ୍କ ସୂଚନା ଅନୁସାରେ ରକ୍ଷାବନ୍ଧନ ଅବସରରେ ତାଙ୍କ ସ୍ତ୍ରୀ ମାଦୋ ବଜାରରୁ କିଛି ପୋଷାକ କିଣିଥିଲେ ଓ ସେଠାରେ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ପୋଷାକରେ କିଛି ଅସୁବିଧା ହେଲେ ଫେରସ୍ତ କରିବୁ ବୋଲି କହିଥିଲେ ଏବଂ ଉକ୍ତ କର୍ମଚାରୀ ମଧ୍ୟ ପିଲାଙ୍କୁ ପୋଷାକ ପିନ୍ଧାଇବେ ଯଦି କିଛି ଅସୁବିଧା ହୁଏ ତେବେ ଆପଣ ଆରାମରେ ଫେରାଇ ପାରିବେ ବୋଲି ସେବକ ମେହେରଙ୍କ ସ୍ତ୍ରୀଙ୍କୁ କହିଥିଲେ ।

ତାଙ୍କ ପୁଅ ପାଇଁ ଆଣିଥିବା ପୋଷାକ ଛୋଟ ହେବାରୁ ସେବକ ମେହେର ଓ ତାଙ୍କ ସ୍ତ୍ରୀ ଉଭୟ ଉକ୍ତ ମଲକୁ ଫେରାଇବା ପାଇଁ ଆଜି ଯାଇଥିଲେ ହେଲେ ମଲର ଦାୟିତ୍ୱରେ ଥିବା କର୍ମଚାରୀ ବା ମ୍ୟାନେଜର ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ତାଙ୍କ ଓଲଟା ରାଗ ତମ ତମ ହୋଇଥିଲେ । ଥରେ କିଣା ହେବା ଜିନିଷ ଆମେ କେବେ ଫେରସ୍ତ କରୁ ନାହିଁ ବୋଲି ଚିହିକି ଉଠିଥିଲା ।

ତେବେ ଜଣେ ଗ୍ରାହକ ଗୋଟିଏ ଦୋକାନରୁ ଉତ୍ତ ବ୍ୟବହାର ତଥା ସହଯୋଗ ପାଇବା ଆଶା ନେଇ ଜିନିଷ କିଣିଥାଏ , ହେଲେ ଏଭଲି ର୍ଦୁବ୍ୟବହାର ଜଣେ ଗ୍ରାହକକୁ ନିହାତି କଷ୍ଟ ଦେଇଥାଏ । ପଦ୍ମପୁର ବଣିକ ସଙ୍ଘ ସେବକ ମେହେରଙ୍କ ଅଭିଯୋଗକୁ ଗୁରୁତ୍ୱ ସହ ନେଇ ତାଙ୍କୁ ସହେଯାଗ କରିବା ପାଇଁ ସେବକ ମେହେର ଅନୁରୋଧ କରିଛନ୍ତି ।



