ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଅମରେଶ ଠାକୁର ଓ ସମ୍ମାନିତ ଅତିଥି ଭାବେ ଏନ୍.ଏସ୍.ଏସ୍ ଅଧିକାରୀ ଶ୍ରୀଯୁକ୍ତ ସୁମିତାବ ନାୟକ ଯୋଗ ଦେଇ ଗଙ୍ଗାଧରଙ୍କ ସାହିତ୍ୟକୃତିର ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପିକା ସସ୍ମିତା ସରିବା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗୁରୁ ପ୍ରସାଦ ବଣ୍ଡା, ରୋହିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।