ପାଇକମାଲ– ପାଇକମାଲ ବ୍ଲକ ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଣ୍ଡୋସିଲ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀମତୀ ଅନିତା ମିଶ୍ର ଯୋଗ ଦେଇ ପୋଷଣ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଶ୍ରୀଯୁକ୍ତ ଦେବକାନ୍ତ ନାୟକ ଯୋଗଦେଇଥିଲେ ଓ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଏନ.ଏସ.ଏସ. କାର୍ଯ୍ୟକାରୀ ଅଧିକାରୀ ସୁମିତାବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।



