ପାଇକମାଳ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଜମଲା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସ୍ବାଧୀନ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ସମାଜ ଓ ସାମଗ୍ରିକ କୃତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିବାବେଳେ ଅନ୍ୟତମ ଆଲୋଚକ ଭାବେ ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଅମରେଶ ଠାକୁର ଗଙ୍ଗାଧରଙ୍କ ତପସ୍ଵିନୀ ଓ ବିଶ୍ବକବି ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳିର ତୁଳନାତ୍ମକ ଆଲୋଚନା କରି ଗଙ୍ଗାଧରଙ୍କ ସାହିତ୍ୟ ବିଶ୍ବ ସାହିତ୍ୟ ସହ ତୁଳନୀୟ ବୋଲି ମନ୍ତବ୍ୟ ରଖିଥିଲେ।ଉକ୍ତ ସଭାକୁ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀମାନ ପୁଷ୍ପକାନ୍ତ ସାହୁ ପରିଚାଳନା କରିଥିଲାବେଳେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଶ୍ରଦ୍ଧେୟ ଛାତ୍ରଛାତ୍ରୀ ଓ ରୋହିତ ପ୍ରଧାନ, ଗୁରୁ ଚରଣ ବଣ୍ଡା,ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।



