Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକୋତ୍ସବ ।

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବୁଧବାର ୨୪ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମାଣ୍ଡୋସିଲ ଶ୍ରୀଅରବିନ୍ଦ ପାଠଚକ୍ର ସଭାପତି ଗୋକୁଳାନନ୍ଦ ଡନସନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ , ମୁଖ୍ୟ ବକ୍ତା ଭାବରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓଡିଆ ବିଭାଗ ଅଧ୍ୟାପକ ଡଃ ସରୋଜ କୁମାର ନାୟକ ଓ ସମ୍ମାନିତ ଅତିଥି ଭାବରେ ପାଇକମାଳ ଏବିଇଓ ଧଲେନ୍ଦ୍ର ବାରିକ , ମାଣ୍ଡୋସିଲ ଶ୍ରୀଅରବିନ୍ଦ ପାଠଚକ୍ର ସଭାପତି ଗୋକୁଳାନନ୍ଦ ଡନସନା, ସମ୍ପାଦକ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ଅଧ୍ୟକ୍ଷ ଗଙ୍ଗାଧର ରଣା ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ।

ସମ୍ପାଦକ ମହେନ୍ଦ୍ର କୁମାର ଖୁଣ୍ଟିଆ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟକ୍ଷ ଗଙ୍ଗାଧର ରଣା ବାର୍ଷିକ ବିବରଣୀ ପଠନ କରିଥିଲେ।ଅନିରୁଦ୍ଧ ପଣ୍ଡାଙ୍କ ପରିଚାଳିତ ପୁରସ୍କାର ବିତରଣୀ ଉତ୍ସବରେ ପ୍ରତି ଶ୍ରେଣୀର ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଛାତ୍ର ଭାବରେ ଆହ୍ବାନ ଖୁଣ୍ଟିଆ ଓ ଶ୍ରେଷ୍ଠ ଖେଳାଳି ଭାବରେ ମୋହିତ ପଟେଲଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥବିର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମକୁ କେନ୍ଦ୍ରର ସମସ୍ତ ଅପା ଭାଇ,ସ୍କୁଲ ପରିଚାଳନା କମିଟି ସଭ୍ୟ ତଥା ଅଭିଭାବକ ଅବିଭାବକମାନେ ପରିଚାଳନା ସହଯୋଗ କରିଥିବା ବେଳେ ମୀନାରାଣୀ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।

error: Content is protected !!