Sunday, April 13, 2025
spot_imgspot_imgspot_img
Homeଖେଳମାଣ୍ଡୋସିଲ ରାତ୍ରୀକାଳୀନ କ୍ରିକେଟ୍ କପ୍: ପାଇକମାଳ ନର୍ସିଂ ଇଲେଭେନକୁ ହରାଇ ମାଣ୍ଡୋସିଲ ଚମ୍ପିୟାନ ।

ମାଣ୍ଡୋସିଲ ରାତ୍ରୀକାଳୀନ କ୍ରିକେଟ୍ କପ୍: ପାଇକମାଳ ନର୍ସିଂ ଇଲେଭେନକୁ ହରାଇ ମାଣ୍ଡୋସିଲ ଚମ୍ପିୟାନ ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ପ୍ରଥମ ରାତ୍ରୀକାଳୀନ କ୍ରିକେଟ୍ କପ୍ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ଦୁଇଟି ସେମିଫାଇନାଲ ମାଣ୍ଡୋସିଲ ଓ ପାଇକମାଳ ନର୍ସିଂ ଇଲେଭେନ ଫାଇନାଲରେ ପ୍ରବେଶ କରିଥିଲା। ପାଇକମାଳ ନର୍ସିଂ ଇଲେଭେନ ଓ ମାଣ୍ଡୋସିଲ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମାଣ୍ଡୋସିଲ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ସରପଞ୍ଚ ଓମ୍ ପ୍ରକାଶ ନାୟକ ଓ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ମହାମାୟା ପବ୍ଲିକ ସ୍କୁଲର ଏମଡି ଟଙ୍କଧର ସାହୁ, ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ, ମାଣ୍ଡୋସିଲ ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ପୁଟା,ଗ୍ରାମ୍ୟ କମିଟି ସଦସ୍ୟ ନବୀନ ଡନସନା, ରାଧେଶ୍ୟାମ ପଟେଲ, ଧନସିଂ ପଟେଲ, ଋଷଦେବ ରଣା ଓ ରାଜୀବ ଲୋଚନ ସାହୁ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ।

ଦେବ ସିଂ ଭରାସାଗର, ହେମାନନ୍ଦ ବିଶ୍ବାଳ, ଉଗ୍ରସେନ ପ୍ରଧାନ,ଅଜୁ ଖୁଣ୍ଟିଆ ଖେଳ ପରିଚାଳନା କରିଥିଲେ। ବିଜୟ ବରିହା ଓ ଚୋଡ଼ଗଙ୍ଗ ମହାନନ୍ଦ ସ୍କୋରର ଥିବା ବେଳେ ପିଣ୍ଟୁ ଡନସନା,ଦୁଃଖି ଶ୍ୟାମ ସରିଆ, ଗୁରୁପ୍ରସାଦ ରଣା ଓ ନରେଶ ବିଶ୍ୱାଳ ଧାରାବିରଣୀ ପ୍ରଦାନ କରିଥିଲେ। ବିକାଶ ବିଶ୍ବାଳ, ସୁରେଶ ବିଶ୍ବାଳ,ଟିକେଶ ବିଶ୍ବାଳ,ନିର୍ମଳ ନାୟକ, ଅନିଲ ଦାସ, ମନୋରଞ୍ଜନ ମଲ୍ଲିକ, ଅଶୋକ ବାରିକ, ଗୋକୁଳ ବିଶ୍ବାଳ, ମହେନ୍ଦ୍ର ଭୋଇ,ହେମନ୍ତ ଭୋଇ, କ୍ରିଷ୍ଣା ବିଶ୍ବାଳ,ଯୋଗେଶ ବିଶ୍ବାଳ, ମୁକେଶ ବିଶ୍ବାଳ, ସୁରେନ୍ଦ୍ର ପୁଟା, ବେଦବ୍ୟାସ ପୁଟା, ଲିଙ୍ଗରାଜ ପୁଟା, ଗୋପୀନାଥ ପୁଟା, ପ୍ରଶାନ୍ତ ମହାନନ୍ଦ, ମନୋଜ କୁମ୍ଭାର, ବିକାଶ ମହାନନ୍ଦ,ମାଧବ ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!