Saturday, March 7, 2026
Homeରାଜ୍ୟମାଣ୍ଡୋସିଲ ମଣ୍ଡଳର ଭାଜପା କାର୍ଯ୍ୟକର୍ତ୍ତାଙ୍କ ବନ୍ଧୁମିଳନ ।

ମାଣ୍ଡୋସିଲ ମଣ୍ଡଳର ଭାଜପା କାର୍ଯ୍ୟକର୍ତ୍ତାଙ୍କ ବନ୍ଧୁମିଳନ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅଧିନସ୍ଥ ଭାରତୀୟ ଜନତା ପାର୍ଟିର ମାଣ୍ଡୋସିଲ ମଣ୍ଡଳର ବନ୍ଧୁମିଳନ କାର୍ଯ୍ୟକ୍ରମ ସାଇପଲା ଡ଼୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣ୍ଡୋସିଲର ପୂର୍ବତନ ମଣ୍ଡଳ ସଭାପତି ସଂଜୟ ବେହେରା ସଭାପତିତ୍ବ କରିଥିଲେ। ତୃଣମୂଳ ସ୍ତରରୁ ସଂଗଠନକୁ କିପରି ମଜବୁତ୍ କରାଯିବ ସେ ବିଷୟରେ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ। ମାଣ୍ଡୋସିଲ ମଣ୍ଡଳ ସଭାପତି ଜତିନ ସାହୁ,ମାଣ୍ଡୋସିଲ ଯୁବମୋର୍ଚ୍ଚା ସଭାପତି ସୁରେନ୍ଦ୍ର ଭୋଇ ଯୋଗ ଦେଇଥିଲେ।

ମାଣ୍ଡୋସିଲ ମଣ୍ଡଳ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ପଞ୍ଚାୟତ ପ୍ରମୁଖ ନିରାକାର ରଣା, ସୁବାଷ ଚନ୍ଦ୍ର ହଂସ, ବେଣୁଧର ବେହେରା, ଗୋବିନ୍ଦ ବନଛୋର, ଭୀମସେନ ବହିଦାର,ଅଲେଖ ସାହୁ,ଦସମୁ ଧରୁଆଙ୍କ ସମେତ ସମସ୍ତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ରୁକଧର ପାଣ୍ଡେ, ଚୈତନ୍ୟ ବାଗ,ଲବାଙ୍ଗ ରଣା, ବିରଞ୍ଚି ବେହେରା,ପାନାଲାଲ ବାଗ,ଉଗ୍ରେ କେତକୀ, ଦୁଃସାସନ କୁମ୍ଭାର, ଲଲିତ ଜଗତ ଉପସ୍ଥିତ ଥିଲେ।ଶେଷରେ ବରମୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!