Thursday, February 27, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ବିଭିନ୍ନ ଶିବ ମନ୍ଦିର ଗୁଡିକରେ ମହାଶିବରାତ୍ରୀ ପାଳିତ ।

ମାଣ୍ଡୋସିଲ ବିଭିନ୍ନ ଶିବ ମନ୍ଦିର ଗୁଡିକରେ ମହାଶିବରାତ୍ରୀ ପାଳିତ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଅଞ୍ଚଳର ବିଭିନ୍ନ ଶିବ ମନ୍ଦିରଗୁଡିକରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରତାଚାରୀ ତଥା ଶ୍ରଦ୍ଧାଳୁମାନେ ଉପବାସ ରହି ରାତିରେ ପୂଜା କରି ଦୀପ ଜାଳି ଉଜାଗର ରହିଥାନ୍ତି। ମାଣ୍ଡୋସିଲ ବଜାର ସନ୍ନିକଟ ବନ୍ଧ ପାଖରେ ଅବସ୍ଥିତ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ କଳାସାଧିବାସ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ବ୍ରତାଚାରୀମାନେ ଜଳାଧିବାସରେ ଯୋଗଦେଇଥିଲେ। ରାଜେନ୍ଦ୍ର ସାହୁ ଓ ଲିଜାରାଣୀ ସାହୁ କର୍ତ୍ତା ଥିବା ବେଳେ ଘନଶ୍ୟାମ ପାଢୀ ପୂଜାକାର୍ଯ୍ୟ ସମ୍ପାଦକ କରିଥିଲେ। ଡୋଲାମଣୀ ଦାସ ସକାଳୁ ଶିବ ପୁରାଣ ପାଠ କରିଥିଲେ। ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କର ଆଶିର୍ବାଦ ପ୍ରାପ୍ତ ହୋଇଥିଲେ । ମନ୍ଦିର ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

ରାତି ଆଠ ଘଣ୍ଟା ସମୟରେ ରୁଦ୍ରାଭିଷେକ କରାଯାଇଥିଲା ଓ ରାତ୍ରି ୧୦ ଘଣ୍ଟା ସମୟରେ ମନ୍ଦିର ଚୂଡରେ ମହାଦୀପ ସ୍ଥାପନ କରାଯାଇଥିଲା। ରାତିସାରା ଶ୍ରଦ୍ଧାଳୁମାନେ ଉପବାସ ରହି ଉଜାଗର ରହିଥିଲେ। ଏହି ଅବସରରେ ଆୟୋଜିତ ନଅଗାଁ(କ) ଓ ଛିଟ କେନବଲଲି ଓ ବାଦି କିର୍ତନ ଏହି ଅଞ୍ଚଳବାସୀ ଉପଭୋଗ କରିଥିଲେ। ପ୍ରାତଃ ୫ଟାରେ ପୂର୍ଣ୍ଣାହୂତି ହୋଇ ଜାଗରଯାତ୍ରାକୁ ସମାପନ ହୋଇଥିଲା। ଏଥିରେ ରୁଦ୍ର ପ୍ରକାଶ ସାହୁ ,ଧର୍ମ ପ୍ରକାଶ ସାହୁ,ଅରୁଣାଚାନ୍ଦ ସାହୁ,ଶିରିଶ କୁମାର ସାହୁ ସମସ୍ତ ଗ୍ରାମବାସୀ ପରିଚାଳନା ସହଯୋଗ କରିଥିଲେ। ସେହିପରି ଜାମସେଠ କାଳୀ ମନ୍ଦିର ପରିସରରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି। ମଙ୍ଗଳବାରରୁ ପୁରାଣ ପାଠ ହୋଇଥିଲା। ବୁଧବାର ପ୍ରାତଃ ସକାଳ ପାର୍ଶ୍ଵ ଦେବାଦେବୀଙ୍କୁ ପୂଜା ,ରୁଦ୍ରାଭିଷେକ ହୋଇଥିଲା ।

ରାତି ୧୦ଟାରେ ମହାଦୀପ ଓ ଜାଗର ବସା ଯାଇଥିଲା। ମୁଖ୍ୟ ପୂଜା ଭାବରେ ମାନଭଞ୍ଜନ ତ୍ରିପାଠୀ ଥିବା ସହ ପୂଜକ ଭାବରେ ସେଶାନ କୁମାର ରଣା, ଗଣେଶ ହଂସ ଓ କର୍ତ୍ତା ଭାବରେ ଅନୀଲ ରଣା ଓ ରୀନା ରଣା ପୂଜା କାର୍ଯ୍ୟରେ ଥିଲେ। ଏଥିରେ ଜାମସେଠ ଓ କଢେରଫସା ସଂକୀର୍ତ୍ତନ ଦଳ ଆସି ବୈଠକି କରାଇଥିଲେ । ଶ୍ରଦ୍ଧାଳୁ ତଥା ବ୍ରତାଚାରୀମାନଙ୍କ ସମାଗମ ହୋଇଥିଲା । ସେହିପରି ନିଲାଥର ଶିବ ମନ୍ଦିରରେ ମଧ୍ୟ ମହାଶିବରାତ୍ରୀ ମହାସମାରୋହରେ ପାଳିତ ହୋଇଯାଇଛି। ପୂଜକ ଭାବରେ ତରଣୀ ଦାସ ଥିବା ସହ ପୂଜକ ଭାବରେ ପରମେଶ୍ବର ମହାପାତ୍ର, ଘନଶ୍ୟାମ ମହାପାତ୍ର ଥିଲେ। କର୍ତ୍ତା ଭାବରେ ସଞ୍ଜୟ ସାହୁ ଓ ଅନୁପମା ସାହୁ ପୂଜା କାର୍ଯ୍ୟରେ ବସିଥିଲେ। ସମସ୍ତ ଶ୍ରଦ୍ଧାଳୁ ତଥା ବ୍ରତାଚାରୀମାନଙ୍କ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଆଖପାଖ ଗାଁର ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥିଲା। ସେହିପରି ଛିନ୍ଦେଇକେଲା ରାମ ମନ୍ଦିରରେ ମଧ୍ୟ ମହାଶିବରାତ୍ରୀ ପାଳିତ ହୋଇଥିବା ବେଳେ ମିଠାପାଲି ଗୁପ୍ତେଶ୍ୱର ମନ୍ଦିର ମଧ୍ୟ ମହାଶିବରାତ୍ରୀ ମହାସମାରୋହରେ ପାଳିତ ହୋଇଯାଇଛି।

error: Content is protected !!