Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ପରମାଣୁ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ମାଣ୍ଡୋସିଲ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ପରମାଣୁ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଆନ୍ତର୍ଜାତିୟ ପରମାଣୁ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ତେଜରାଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର ମୁଖ୍ୟବକ୍ତା ଭାବେ ପରମାଣୁ ନିଷେଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ସୁମିତାବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସରିଆ, ଗୁରୁ ପ୍ରସାଦ ବଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!