Friday, February 28, 2025
spot_imgspot_imgspot_img
Homeଖେଳମାଣ୍ଡୋସିଲ କ୍ରିକେଟ କପ : ଭୂତମୁଣ୍ଡାକୁ ହରାଇ ସେମିରେ କଲୋନୀପଡା ।

ମାଣ୍ଡୋସିଲ କ୍ରିକେଟ କପ : ଭୂତମୁଣ୍ଡାକୁ ହରାଇ ସେମିରେ କଲୋନୀପଡା ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଦ୍ବିତୀୟ ଦିନରେ ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚରେ ପତ୍ରାଗୁଡାକୁ ହରାଇ ବରତୁଣ୍ଡା ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ଛିନ୍ଦେଇକେଲାକୁ ହରାଇ ବରତୁଣ୍ଡା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ବରତୁଣ୍ଡାକୁ ହରାଇ ଭୂତମୁଣ୍ଡା ବିଜୟୀ ହୋଇଥିଲା। ଚତୁର୍ଥରେ ଢେଙ୍କିମୁଣ୍ଡାକୁ ହରାଇ କଲୋନୀପଡା ବିଜୟୀ ହୋଇଥିଲା । ପଞ୍ଚମ ମ୍ୟାଚରେ ପତ୍ରାଗୁଡା ଓ କଲୋନୀପଡା ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ କଲୋନୀପଡା ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି। ହେମାନନ୍ଦ ବିଶ୍ବାଳ ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ।

ବିଜୁ ବରିହା ଓ ଦେବେନ୍ଦ୍ର ନାୟକ ସ୍କୋରର ଥିବା ବେଳେ ଗୋକୁଳ ବିଶ୍ବାଳ,ଦୁଃଖିଶ୍ୟାମ ସରିଆ ଓ ମନୋରଞ୍ଜନ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡଃ ସୁରେନ୍ଦ୍ର ପ୍ରସାଦ ପୁଟା ଓ ସମ୍ମାନୀତ ଅତିଥି ଭାବରେ ମହେଶ ଚନ୍ଦ୍ର ନାୟକ ଯୋଗଦେଇଥିଲେ। ମୁକେଶ ବିଶ୍ବାଳ, ଅନିଲ ଦାସ,ଦେବସିଂ ଭରାସାଗର,ତାପସ ରଞ୍ଜନ ସାହୁ, ଦାମୋଦର ରଣା, ସୁରେଶ ବିଶ୍ବାଳ, ସହଦେବ କାରେ, ଚନ୍ଦ୍ର ଶେଖର ମାଝୀ, ଲୋଚନ କାରେ, ପ୍ରଶାନ୍ତ ମହାନନ୍ଦ,କାହ୍ନା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!