Thursday, February 27, 2025
spot_imgspot_imgspot_img
Homeଖେଳମାଣ୍ଡୋସିଲ କ୍ରିକେଟ କପ୍ ଉଦଘାଟିତ: ଭେରୁଆମୁଣ୍ଡାକୁ ହରାଇ ଝିଟିକି ସେମିରେ ।

ମାଣ୍ଡୋସିଲ କ୍ରିକେଟ କପ୍ ଉଦଘାଟିତ: ଭେରୁଆମୁଣ୍ଡାକୁ ହରାଇ ଝିଟିକି ସେମିରେ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ ବୁଧବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ ସମେତ ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚରେ ଫଲସାଗୁଡାକୁ ହରାଇ ମାଣ୍ଡୋସିଲ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ସାଇପଲାକୁ ହରାଇ ଭେରୁଆମୁଣ୍ଡା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ମାଣ୍ଡୋସିଲ(ଖ)କୁ ହରାଇ ଭେରୁଆମୁଣ୍ଡା ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚରେ ରାଣୀଧରାକୁ ହରାଇ ଝିଟିକି ବିଜୟୀ ହୋଇଥିଲା। ପଞ୍ଚମ ମ୍ୟାଚରେ ଝିଟିକି ଓ ଭେରୁଆମୁଣ୍ଡା ମଧ୍ୟରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲରେ ଝିଟିକି ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି।

ଦେବସିଂ ଭରାସାଗର, ହେମାନନ୍ଦ ବିଶ୍ବାଳ ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ। ବିଜୟ ବରିହା ଓ ଝସକେତନ ନାୟକ ସ୍କୋରର ଥିବା ବେଳେ ମନୋରଞ୍ଜନ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ। ଆଜିର ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ସରପଞ୍ଚ ଓମ୍ ପ୍ରକାଶ ନାୟକ ଖେଳ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ଆୟୋଜକ କମିଟି ସଭାପତି ଦେବସିଂ ଭରାସାଗର, ସମ୍ପାଦକ ଅନିଲ ଦାସ ଯୋଗଦେଇ ଉପସ୍ଥିତ ଥିଲେ। କମିଟି ସଭ୍ୟ ଉଗ୍ରସେନ ପ୍ରଧାନ, ଗୋକୁଳ ବିଶ୍ବାଳ,ମାନସ ନାୟକ, ଦୁର୍ଯୋଧନ ସାହୁ, ସହଦେବ କାରେ, ବିକାଶ ବିଶ୍ବାଳ, ସୁରେଶ ବିଶ୍ବାଳ,ଦୁଃଖିଧନ ସରିଆ, ଯୋଗେଶ ବିଶ୍ବାଳ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

error: Content is protected !!