Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡିଆଢିପା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ମାଣ୍ଡିଆଢିପା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡିଆଢିପା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା କୁମ୍ଭାର ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଏବିଇଓ ରାଧେଶ୍ୟାମ ମେହେର, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ଡୋଲାମଣୀ ମାହାର ଓ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ ,ସମାଜସେବୀ ସଦାଶିବ ବରିହା, ସନ୍ତୋଷ କୁମାର ସାହୁ, ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ସିଆରସିସି ବିଜୟ କୁମାର ସ୍ବାଇଁ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏଥିରେ ଶିକ୍ଷକ ଶୁକଦେବ ହରିଜନ ଓ ଛବିଲାଲ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ରୋଜାଲିନ ଦାଶ ଧନ୍ୟବାଦ ଦେଇଥିଲେ।

error: Content is protected !!