ବରପାଲି-ବରପାଲି ସର୍ଗିପାଲି ମାଁ ସାରଦା ପୀଠ ପରିସରରେ ମାଁ ସାରଦାମଣୀ ଦେବୀଙ୍କ ୧୭୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରଭୁ ଶରଣାଗତ ଆନନ୍ଦ ଯୋଗଦେଇ ଦିବ୍ୟ ଜୀବନ ଲାଭର ଆଧ୍ୟାତ୍ମିକ ରହସ୍ୟ ଉପରେ ଏକ ଦିବ୍ୟ ଅଭିଭାଷଣ ପ୍ରଦାନ କରିଥିଲେ। ଗୁରୁଦେବ କହୁଥିଲେ,” ଆମେ ସମସ୍ତେ ଈଶ୍ବରଙ୍କୁ ଖୋଜୁଛୁ, ପାଇବା ପାଇଁ ଚେଷ୍ଟା କରୁଛୁ ଏବଂଆଧ୍ୟାତ୍ମିକ ଶିକ୍ଷା ଓ ସାଧନା ମାଧ୍ୟମରେ ପାଇଛୁ। ଏହିସଂସାରର ଯେ କୌଣସି ବ୍ୟକ୍ତି ପ୍ରବଳ ଶ୍ରଦ୍ଧା ଓ ସଂବେଗ ନେଇ ଈଶ୍ବରଙ୍କୁ ଖୋଜିବ ନିଶ୍ଚିତ ଭାବରେ ପାଇବ। କିନ୍ତୁ ଏଥିପାଇଁ ଯଥାଯଥ ବିଜ୍ଞାନ ସମ୍ମତ ପ୍ରଣାଳୀରେ ସଧନା କରିବା ଆବଶ୍ୟକ।
ଗୁରୁଦେବ ପୁଣି କହୁଥିଲେ, ଗାଈର ଚିତ୍ର ଯେତେ ସୁନ୍ଦର କରି ଅଙ୍କନ କଲେ ମଧ୍ୟ ସେ କ୍ଷୀର ଦେବ ନାହିଁ, ଏହା ଯେପରି ଠିକ୍ ସେହିପରି ଈଶ୍ବରଙ୍କ ଚିତ୍ର ଯେତେ ସୁନ୍ଦର କରି ଅଙ୍କନ କଲେ ମଧ୍ୟ କେବେବି ଈଶ୍ବର ମିଳିବେ ନାହିଁ । ଈଶ୍ବର ଲାଭ ପାଇଁ ନିଜ ଭିତରେ ଐଶ୍ୱରିକ ଚେତନାକୁ ସଂଚାର କରିବାକୁ ପଡ଼ିଥାଏ।” ପରେ ଆଚାର୍ଯ୍ୟ ଶେଷଦେବ ଶିକ୍ଷା ସାଧନା ଓ ପୂଜା ପ୍ରାର୍ଥନା ମଧ୍ୟରେ ପାର୍ଥକ୍ୟ ବୋଧ ସମ୍ବନ୍ଧରେ ଏକ ବିଜ୍ଞାନ ସମ୍ମତ ଅଭିଭାଷଣ ପ୍ରଦାନ କରିଥିଲେ। ସାଧକ ଭଗବାନ ଶିକ୍ଷାର ଆବଶ୍ୟକତା ଓ ଏହାର ଅଭାବ ଜନ୍ୟ ପୀଡ଼ା ଉପରେ ଏକ ମାର୍ମିକ ଅଭିଭାଷଣ ପ୍ରଦାନ କରିଥିଲେ।
ପୂଜନୀୟା ଗୁରୁମା ନାରୀ ଓ ତାହାର କର୍ଭବ୍ୟ ବିଷୟରେ ଏକ ଦିବ୍ୟ ଅଭିଭାଷଣ ପ୍ରଦାନ କରିଥିଲେ। ସାଧକ ବଳବନ୍ଧୁ ସାରଦା ମାଁ ଙ୍କ ଦିବ୍ୟଗୁଣ ଉପରେ ଏକ ଅଭିଭାଷଣ ଦ୍ବାରା ପ୍ରଦାନ କରାଯାଇଥିଲା । ଏବଂ ସାଧକ ମହେନ୍ଦ୍ର ମାଁ ସାରଦା ଙ୍କ ଜୀବନୀ ଉପରେ ଏକ ସମ୍ୟକ୍ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁମଧୂର ସଂଗୀତ ପରିବେଷଣ କରି ଏକ ଭାବମୟ ବାତାବରଣ ସୃଷ୍ଟି କରିଥିଲେ ସାଧକ କୈଳାସ କର୍ଣ୍ଣ, ସାକା ବାସନ୍ତୀ, ସାଧୂକା ମମତା, ସାଧୂକା ବିଳାସିନୀ ଏବଂ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ ସଞ୍ଜୟ, ଦଶରଥ, ସୁନୀଲ, ସରୋଜ, ଅଭିମନ୍ୟୁ, ଅଶୋକ ଏବଂ ଅନ୍ୟମାନେ। ପରିଶେଷରେ ସାଧକ ଅମୃତଲାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ ସାଧକ ପ୍ରକାଶ । କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ମହାଆନନ୍ଦରେ ପ୍ରସାଦ ସେବନ ପୂର୍ବକ କାର୍ଯ୍ୟକ୍ରମ ଟିକୁ ସମାପ୍ତ କରାଯାଇଥିଲା ।