ପଦ୍ମପୁର- ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଆଜି ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ମାହୋଲ ଦେଖିବାକୁ ମିଲିଛି ।ଲୋକମାନେ ନୂଆଁଖାଇ ସାରିଲା ପରେ ଜୁହାର ଭେଟର ପରମ୍ପରା ରହିଛି । ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଲା ଠାରେ ମାଁ ସମଲେଶ୍ୱରୀ କ୍ଳବ ଦ୍ଵାର ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି ।
ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସରପଞ୍ଚ ବିଦୁଭୂଷଣ ଚାନ୍ଦ ମୁଖ୍ୟ ଅତିଥି ଭାବରେ ଏବଂ ନାଏବ ସରପଞ୍ଚ , ସମିତି ସଭ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ତର୍ଲା ଗ୍ରାମର ଭଦ୍ରବ୍ୟକ୍ତି ମାୟାଧର ଭୋଇ , ସରଥ ପ୍ରଧାନ , ତୁଲାରାମ ପାଣ୍ଡେ , ଲକ୍ଷ୍ମୀକାନ୍ତ ବୁଡ଼େକ ଶେଷ ଦେବ ବାଗ ଯୁଗଳ ସାହୁ , ଠାକୁର ପାଣ୍ଡେ ୱାର୍ଡମେମ୍ବର ସନୁ ବରିହା ମଧ୍ଯ ମଞ୍ଚାସୀନ ରହି ଯୁବ ପିଢ଼ିଙ୍କୁ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ ।
ବଲରାମ ଦେହେରି , ନରହରି ଭୋଇ , ଯୁବରାଜ ସାହୁ , ଜିତୁ ବେହେରା , ମନୋଜ ଯୁଏଡ଼ , ରାଜୁ ପଟେଲ , ସୁରେନ ବିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଯୋଶବନ୍ତ ସାହୁ ଧନ୍ୟବାଦ ଅର୍ପଣ I