Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଁ ସମଲେଶ୍ୱରୀ କଲେଜ ୟୁଥ ରେଡକ୍ରସ ସମାବେଶ ।

ମାଁ ସମଲେଶ୍ୱରୀ କଲେଜ ୟୁଥ ରେଡକ୍ରସ ସମାବେଶ ।

ବରପାଲି-ବରପାଲି ମହଦା ମାହେଶ୍ୱରୀ ବିହାର ପରିସରରେ ମାଁ ସମଲେଶ୍ୱରୀ କଲେଜ, ରାଜୀବ ଲୋଚନ ହୋତା କଲେଜ ଅଫ୍ ଫାର୍ମାସୀ ଓ ଟିଙ୍ଗିପାଲି ଫାର୍ମାସ୍ୟୁଟିକାଲ କଲେଜ ମିଳିତ ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ୟୁଥ ରେଡକ୍ରସ ସମାବେଶ ଆୟୋଜନ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଅତାବିରା କଲେଜ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପରମାନନ୍ଦ ରଥ,ୟୁଥ ରେଡକ୍ରସ ଜିଲ୍ଲା ସଂଗଠକ ଓ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ ଚେୟାରମ୍ୟାନ ନରେନ୍ଦ୍ର କୁମାର ହୋତା ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ଡାଇରେକ୍ଟର ଡକ୍ଟର ରଞ୍ଜନ କୁମାର ସାହୁ,ମାଁ ସମଲେଶ୍ୱରୀ କଲେଜର ଅଧ୍ୟକ୍ଷ ମନୋଜ କୁମାର କର ଓ ଅଧ୍ୟାପକ ସଚିନ କୁମାର ପଟେଲ, ରାଜୀବ ଲୋଚନ ହୋତା ଫାର୍ମାସୀ କଲେଜ ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। କାର୍ଯ୍ଯକ୍ରମ ପ୍ରାରମ୍ଭରେ ୟୁଥ ରେଡକ୍ରସ ପ୍ରାଣ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଓ ସଂସ୍ଥାର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ମୁଖ୍ୟ ଅତିଥି ରଥ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ ଓ ସମ୍ମାନିତ ଅତିଥି ହୋତା ଦେଶସେବା ଉଦ୍ଦେଶ୍ୟରେ ସ୍ୱେଚ୍ଛାକୃତ ଭାବରେ ଛାତ୍ରଛାତ୍ରୀ ମାନେ ଆଗଭର ହୋଇ କାର୍ଯ୍ୟ କରିବାକୁ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟାପକ ସଚିନ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!