Tuesday, April 15, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଁ ସମଲେଶ୍ବରୀ ଓ ବରଦା ଦୁର୍ଗା ମାଁଙ୍କ ନବଦିନାତ୍ମକ ପୂଜନ ।

ମାଁ ସମଲେଶ୍ବରୀ ଓ ବରଦା ଦୁର୍ଗା ମାଁଙ୍କ ନବଦିନାତ୍ମକ ପୂଜନ ।

ବରପାଲି-ବରପାଲି ମାଁ ସମଲେଶ୍ୱରୀ ଓ ଦେବୀ ବରଦା ଦୁର୍ଗାଙ୍କ ନବଦିନାତ୍ମକ ପୂଜନତ୍ସବ ନିତିକାନ୍ତି ଅନୁଯାୟୀ ଆରମ୍ଭ ହୋଇଯାଇଛି। ଗୁରୁବାର ମାଁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେଇଥିବା ବେଳେ ପରମ୍ପରା ଅନୁଶାରେ ପୂଜନ କାର୍ଯ୍ଯ ଆରମ୍ଭ ହୋଇଥିଲା। ଗୁରୁବାର ପୁର୍ବାହ୍ନରେ ସଙ୍କଳ୍ପଧାରୀ ଭକ୍ତ ଓ ସାଧକ ମାନେ ମାଁଙ୍କ ପୂଜାର୍ଚ୍ଚନା କଲାପରେ ପୂଜକଙ୍କ ସହାୟତାରେ ସଙ୍କଳ୍ପ ପ୍ରଦିପ ସ୍ଥାପନ କରିଥିଲେ। ଅପରାହ୍ନରେ ମାଁବରଦା ଦୁର୍ଗାଙ୍କ ନବଦିନାତ୍ମକ ପୂଜା କାର୍ଯ୍ଯ ଆରମ୍ଭ ପାଇଁ ପୂଜାକର୍ତ୍ତା ତୁଲସି ମହତ୍ତମଙ୍କ ନେତୃତ୍ବରେ ଭକ୍ତ ମାନେ ପାଟଖଣ୍ତା ଧୌତ ଉଦେଶ୍ଯ ନେଇ ଶୋଭାଯାତ୍ରାରେ ବାହାରିଥିଲେ।

ପରିକ୍ରମା ମାଧ୍ଯମରେ କୁଷ୍ଟାବନ୍ଧରେ ପହଞ୍ଚିଲା ପରେ ପଣ୍ତିତ ସଦାନନ୍ଦ ଦାଶଙ୍କ ସମେତ ଆଚାର୍ଯ୍ଯ ମାନଙ୍କ ଦ୍ବାରା ନିତିକାନ୍ତି ଅନୁସାରେ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ଖଣ୍ତାଧୌତ ପୂଜନ ପର୍ବ ସମ୍ପର୍ଣ୍ଣ ପରେ ଭକ୍ତମାନେ ମନ୍ଦିରରେ ପହଞ୍ଚି ମାଁଙ୍କ ସମ୍ମୁଖରେ ପାଟଖଣ୍ତା ଓ ଅନ୍ଯ ଅସ୍ର୍ତଶସ୍ର୍ତ ମାନ ମାଁଙ୍କ ସମ୍ମୁଖରେ ସ୍ଥାପନ କରିଥିଲେ। ପରେ ମାଁଙ୍କ ଶୈଳପୁତ୍ରୀ ରୂପରେ ନବ ଦିନାତ୍ମକ ପୂଜନ ପର୍ବ ପଣ୍ଡିତ ମାନଙ୍କ ସହାୟତାରେ ଆରମ୍ଭ କରାଯାଇଥିଲା।

କାର୍ଯ୍ଯକ୍ରମ ପରିଚାଳନାରେ କମିଟି ସଦସ୍ଯ କର୍ମକର୍ତ୍ତା ଓ ମୂଖ୍ଯପୂଜକ ସୁବଳ ମିଶ୍ରଙ୍କ ସମେତ ପଣ୍ଡିତ ସଦାନନ୍ଦ ଦାଶ, ଗୋପାଳ ମିଶ୍ର,ତିଳକ ମିଶ୍ର ସହାୟତାରେ ଆଗେଇଥିଲା। ସେହିପରି ମାଁ ସମଲେଶ୍ବରୀଙ୍କ ଶୈଳପୁତ୍ରୀ ରୂପରେ ପୂଜନ କାର୍ଯ୍ୟକ୍ରମ ପଣ୍ତିତ ଗୋପାଳ ମିଶ୍ର, ମୁଖ୍ୟ ପୂଜକ ଅନନ୍ତ ରାୟ,ବିଦ୍ୟା ରାୟ, ରାଜୁ ରାଏ ପ୍ରମୁଖଙ୍କ ଦ୍ବାରା ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ଶତାଧିକ ଭକ୍ତ ସଙ୍କଳ୍ପ ପ୍ରଦିପ ସ୍ଥାପନ ସହ ପୂଜାର୍ଚ୍ଚନା କରିଥିଲେ।

error: Content is protected !!