Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଁ ଶ୍ୟାମାକାଳୀଙ୍କ ୫୭ତମ ପୂଜନତ୍ସବ ।

ମାଁ ଶ୍ୟାମାକାଳୀଙ୍କ ୫୭ତମ ପୂଜନତ୍ସବ ।

ବରପାଲି-ବରପାଲି ଅଞ୍ଚଳରେ ମାଁ କାଳୀଙ୍କ ପୂଜନତ୍ସୋବ ନିତାକାନ୍ତି ଅନୁସାରେ ଆଗେଇ ଚାଲିଛି। ସ୍ଥାନିୟ ଶ୍ୟାମା ଛକସ୍ଥିତ ମାଁଶ୍ୟାମା କାଳୀଙ୍କ ୫୭ତମ ପୂଜା ମହୋତ୍ସବ ଗତ ଅମାବାସ୍ୟାରୁ ଆରମ୍ଭ ହୋଇ ଆଜି ତୃତିୟ ଦିବସରେ ପାଳିତ ହେଉଛି। ପ୍ରତ୍ୟହ ସକାଳ ସମୟରୁ ପଣ୍ଡିତ,ଆଚାର୍ଯ୍ଯ ଏବଂ ପୂଜାକର୍ତ୍ତାଙ୍କ ସମେତ ଭକ୍ତ ମାନଙ୍କ ଗହଣରେ ପୂଜାର୍ଚ୍ଚନା ସହ ଚଣ୍ଡିପାଠ ଓ ଚଣ୍ଡିହୋମ ଅନୁଷ୍ଠାନ ପାଳିତ ହେଉଛି। ଗୁରୁବାର ସନ୍ଧ୍ୟା ସମୟରେ ମା’ଙ୍କୁ ଛପନ ଭୋଗ ଶତଆଳତି ଅର୍ପଣ କରାଯାଇଥିଲା।

କାଳୀପୂଜା ମହୋତ୍ସବ ଦର୍ଶନାର୍ଥେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତମଣ୍ତଳି ସାମିଲ ହୋଇ ପୂଜାର୍ଚ୍ଚନା ଦର୍ଶନ ମାଧ୍ୟମରେ ଆଶିଷ କାମନା କରିଥିଲେ। ପୂଜା ସମୟରେ ଟ୍ରାଫିକ ସମସ୍ୟାର ସରଳିକରଣ ପାଇଁ ପୁଲିସ ପକ୍ଷରୁ କଡା ବ୍ୟବସ୍ଥା ଆପାଣାଇବା ସହ ରାସ୍ତାରେ ଭାରୀଯାନ ଛୋଟ ଯାନ ମାନ ଚଳାଚଳ ଉପରେ ଗୁରୁତ୍ବ ଦିଆଯାଉଥିବା ଦେଖାଯାଇଥିଲା।

ସନ୍ଧ୍ୟା ସମୟରେ ଆୟୋଜିତ ସାଂସ୍କୃତିକ ମହୋତ୍ସବରେ ରାୟଗଡ଼ା ଗାୟତ୍ରୀ କଳା ସଂଗଠନ, ବରଗଡ଼ ପଦ୍ମଶ୍ରୀ ଖଟେଇ ଓ ସାଥୀ କଳାଜୀବୀ ଅନୁଷ୍ଠାନ, ନୁପୂର, ପଞ୍ଚବାଦ୍ୟ ସାସ୍କୃତିକ ଅନୁଷ୍ଠାନ ସମ୍ବଲପୁର, ଗାଇସିଲାଟଗୂ ସରଗ ମଲ୍ଲୀ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କର କଳାକାରିତା ପ୍ରଦର୍ଶନ କାରାଯାଉଛି। ହଜାରଗୂ ହଜାର ସଂଖ୍ୟାରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଢୋଲ ନିଶାନ ତାସାର ତାଳେ ତାଳେ ଝୁମି ଉଠିଥିଲେ।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରମାନନ୍ଦ ସ୍ବାଇଁ ଏବଂ କମିଟି ସଦସ୍ୟ ମାନେ ପରିଚାଳନାରେ ସ‌ହଯୋଗ କରିଥିଲେ ।

error: Content is protected !!