Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଁ ମାହେଶ୍ବରୀ ସେନାର ବୈଠକ: ଅଞ୍ଚଳର ବିକାଶରେ ସହଭାଗୀ ହେବା ପାଇଁ ନିଷ୍ପତ୍ତି ।

ମାଁ ମାହେଶ୍ବରୀ ସେନାର ବୈଠକ: ଅଞ୍ଚଳର ବିକାଶରେ ସହଭାଗୀ ହେବା ପାଇଁ ନିଷ୍ପତ୍ତି ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ଗ୍ରାମଠାରେ ମାଁ ମାହେଶ୍ବରୀ ସେନାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଁ ମାହେଶ୍ବରୀ ସେନାର ଉଦ୍ଦେଶ୍ଯ,ଗଠନ ଓ କର୍ଯ୍ଯକ୍ରମ ବିଷୟରେ ଉପସ୍ଥାପନ କରି ମାଁ ମାହେଶ୍ଵରୀ ସେନାର ଏକ ଶାଖା ଗଠନ କରଯାଇଥିଲା । ସଂଗଠନକୁ ସୁଦୃଢ ଓ ଶୃଙ୍ଖଳିତ ପାଇଁ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତ୍ତି କ୍ରମେ ଦେବବ୍ରତ ମଣ୍ଡଳୀ ଙ୍କୁ ସଂଯୋଜକ ଓ ଉମେଶ କୁମାର ଖମାରୀ ଙ୍କୁ ସହ ସଂଯୋଜକ କରାଗଲା ।

ଆଗାମୀ ଦିନରେ ବୃକ୍ଷରୋପଣ ଓ ରକ୍ତଦାନ କାର୍ଯ୍ୟକ୍ରମ କରିବା ପାଇ ନିଷ୍ପତ୍ତି ନିଆଗଲା ଓ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇବ‌ ସେଥିପ୍ରତି ଦୃଷ୍ଟି ଦିଆଯିବ । ଏହି ବୈଠକରେ ଦୁଃଖିଶ୍ୟାମ ମହାକୁର,‌ ଜତିନ୍ଦ୍ର ମେଣ୍ଡଲୀ, ଲକ୍ଷ୍ମୀକାନ୍ତ ଖମାରୀ, ବାବୁଲୁ ମହାକୁର ଙ୍କ ତତ୍ତ୍ଵାବଧାନରେ ବୈଠକ ଆୟୋଜିତ ହୋଇଥିଲା । ମାଁ ମାହେଶ୍ୱରୀ ସେନାରୁ ଘନଶ୍ୟାମ କମ୍ପ, ପ୍ରାଣବନ୍ଧୁ ମହାକୁର, ଦିବସ ପ୍ରଧାନ, ଥବିର କର୍ମି ଓ ସଞ୍ଜୀବ ଦେହେରୀ ପ୍ରମୂଖ ଯୋଗଦେଇ ମାଁ ମାହେଶ୍ୱରୀ ସେନାର ଉଦ୍ଦେଶ୍ଯ,ଗଠନ ଓ କର୍ଯ୍ଯକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

error: Content is protected !!