Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଦୁଇ ଦିନିଆ ମହୋତ୍ସବ ଉଦଘାଟିତ ।

ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଦୁଇ ଦିନିଆ ମହୋତ୍ସବ ଉଦଘାଟିତ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ଠାରେ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ର ଦୁଇ ଦିନିଆ ବାର୍ଷିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଟ୍ରଷ୍ଟ ର ସହଯୋଗୀ ସଦସ୍ଯ ବ୍ରଜେନ୍ଦ୍ର କୁମାର ମହାପାତ୍ର ମଂଚ ପରିଚାଳନା କରିଥିବାବେଳେ ସଂଜୀବ କୁମାର ମହାପାତ୍ର ମାଁ ଦୁର୍ଗାଙ୍କ ଇତିହାସ ପଠନ କରିଥିଲେ।

ଏହି ଅବସରରେ ମୁଖ୍ୟଅତିଥି ଭାବେ ଡାଃ ରାଜକୁମାର ବଡପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରୀତମ ସିଂ, ଟ୍ରଷ୍ଟର ଚେୟାରମ୍ୟାନ ସନ୍ତୋଷ ସେଠ, ସଭାପତି ଶୈଳରାଜ ମହାରଣା ମାଁ ପନ୍ଥେଇ ଦେବୀ କଂ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ପ୍ରଥମ ରଜନୀ ରେ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସାନ ଡେନ୍ସ ଏକାଡେମୀ ବରଗଡ, ଦୁରୁଆ ଆଦିବାସୀ ଲୋକନୃତ୍ୟ ଢେମସା କୋରାପୁଟ ଓ ବୋଧନ ସାଂସ୍କୃତିକ ଅନୁଷ୍ଠାନ ତୋରା ବରଗଡ ପରିବେଷଣ କରିଥିଲେ।

ଏହି ଅବସରରେ ଗ୍ରାମର ୨୦୨୩/୨୪ ବିବାହ କରିଥିବା ଝିଅ ଜ୍ବାଇଁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ସମସ୍ତ ସଦସ୍ୟ /ସଦସ୍ୟା କାର୍ଯ୍ୟକ୍ରମ ସଫଳତା ଦିଗରେ ସହାୟତା କରିଥିଲେ।ପରିଶେଷରେ ଶରତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!