Saturday, March 7, 2026
Homeରାଜ୍ୟମାଁ ଦୁର୍ଗେଇ ଦେବୀଙ୍କ ପରିଚାଳନା ପୂଜା କମିଟୀର ସମୀକ୍ଷ ବୈଠକ ।

ମାଁ ଦୁର୍ଗେଇ ଦେବୀଙ୍କ ପରିଚାଳନା ପୂଜା କମିଟୀର ସମୀକ୍ଷ ବୈଠକ ।

ପାଇକମାଲ-ପାଇକମାଲ ବ୍ଳକ ମିଠାପାଲ ପଞ୍ଚାୟତ ମନଭଙ୍ଗ ଡ୍ଯାମ ସ୍ଥିତ ଯମୁନା କନ୍ଧୁଣୀ ଶକ୍ତିପୀଠ ଠାରେ ଡିସେମ୍ବର ୧୪ ଓ ୧୫ ତାରିଖରେ ମାଁ ଦୁର୍ଗେଇ ଦେବୀଙ୍କ ପୂଜାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୂଜା କମିଟିର ସଭାପତି ମଧୁସୂଦନ ପାଣ୍ତେ ସଭା ପରିଚାଳନା କରିଥିଲେ । ସଂପାଦକ ବେଣୁଧର ମଲ୍ଲିକ ଚଳିତ ବର୍ଷ ମାଁ ଦୁର୍ଗେଇ ଦେବୀ ଯାତ୍ରାର ଆୟ ବ୍ୟୟ ବିବରଣୀ ପାଞ୍ଚପାଲି ଭଦ୍ରବ୍ଯକ୍ତ ଠାରେ ଉପସ୍ଥାପନ କରିଥିଲେ ।

ସମକ୍ଷୀ ବୈଠକରେ ଆଗାମୀ ଦିନରେ ମାଁ ଦୁର୍ଗେଇ ଦେବୀଙ୍କ ପୂଜାକୁ କିପରି ସୁନ୍ଦର ଓ ସାବଲୀଳ ହେବ,ମନଭଙ୍ଗ ଡ୍ଯାମ ନିକଟସ୍ଥ ମାଣ୍ତିଆ ଗ୍ରାମରେ ୫ ଏକ ଜମିକୁ ମଧବନ ତୋଟା କରିବା ପାଇଁ ପ୍ରସ୍ତାବ ଦିଆଯାଇ ଥିଲା । ବୈଠକରେ ମନଭଙ୍ଗ,ପିପଲଖୁଣ୍ଟା,ଲଉଡମାଳ,ମୋତିଲାଲ,କୁଢେରଫସା ଆଦି ଗ୍ରାମର ଭଦ୍ରବ୍ଯକ୍ତି ଉପସ୍ଥିତ ଥିଲେ ।

ଦୁର୍ଗେଇ ଦେବୀ ପରିଚାଳନା ପୂଜା କମିଟିର ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଭୁଏ,ସହ ସମ୍ପାଦକ ତ୍ରିନାଥ ମଲ୍ଲିକ,କୋଷାଧ୍ୟକ୍ଷ ହିରଣ୍ଯ ମଲ୍ଲିକ,ପୂଜାରୀ ସୁବାଷ ମଲ୍ଲିକ,ରଣଜିତ ମଲ୍ଲିକ,ବିଶ କେସନ ମଲ୍ଲିକ,ସଚିତାନନ୍ଦ ମଲ୍ଲିକ,ବଜାରୁ ଧରୁଆ,ନାରାୟଣ ମଲ୍ଲିକଙ୍କ ସ୍ବେଚ୍ଛାସେବୀ ରାଧେଶ୍ୟାମ ମାହାର,ଝସକେତନ କନ୍ଧ,ବ୍ରଜକିଶୋର ବିଶି,ହେମନ୍ତ ମଲ୍ଲିକ,ଡମ୍ବରୁଧର ଭୁଏ,ନୁତନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ସହ ସମ୍ପାଦକ ତ୍ରିନାଥ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!