ବରପାଲି-ବରପାଲି ମାଁଶାନ୍ତୀ ଲକ୍ଷ୍ମୀ ଦେବୀଙ୍କ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ମାଁଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ସହ ବିଧି କାର୍ଯ୍ଯକ୍ରମ ମାନ ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ତତ୍ବଧାନରେ ପରିଚାଳିତ ହୋଇଥିଲା। ପଣ୍ତିତ ପ୍ରତାପ କେଶରି ମୁଣ୍ତଙ୍କ ଦ୍ବାରା ମାଁଙ୍କ ନିତିକାନ୍ତୀ ପାଳନ ସହ ମହାଦ୍ବୀପ ପ୍ରଜ୍ବଳନ ଓ ଅଭିଷେକ ପର୍ବ ପାଳିତ ହୋଇଥିଲା। ପରେ ଅରୁଣ ସିହ୍ନା ଏବଂ ସାଥି ମାନଙ୍କ ସହାୟତାରେ ଆଧ୍ୟାତ୍ମିକ ଭଜନ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ସମୟରେ ଛପନଭୋଗ ସହ ଭଣ୍ତାରା ମାଁଙ୍କ ସମ୍ମୁଖରେ ସମର୍ପଣ କରାଯାଇଥିଲା। ପୂଜାକର୍ତ୍ତା ଭାବରେ କିରଣ ଅଗ୍ରୱାଲ ଦାୟିତ୍ବଭାର ନିର୍ବାହ କରିଥିଲେ। ମାଁଙ୍କ ପୂଜା ସମାପନ ପରେ ଭକ୍ତ ମାନଙ୍କ ଗହଣରେ ଆଶିର୍ବାଦ ପ୍ରଦାନ ଓ ଭଣ୍ତାରା ବିତରଣ ପର୍ବ ଆରମ୍ଭ ହୋଇଥିଲା। ମାଁଙ୍କ ଦର୍ଶନାର୍ଥେ ବହୁ ଦୁର ଦୁରାନ୍ତ ସହ ଆଖପାଖ ଅଞ୍ଚଳର ବହୁ ଭକ୍ତ ମାନଙ୍କ ସମାଗମ ହୋଇଥିଲା।



