ପଦ୍ମପୁର– ପଦ୍ମପୁର ଅଂଚଳରେ ମହୁଳଫୁଲ ଚୋରାଚାଲାଣ ରୋକିବା ପାଇଁ ପଦ୍ମପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଯାଞ୍ଚ କରାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଅବକାରୀ ଇନସପେକ୍ଟର ସମରଜିତ ଦାଶଙ୍କ ନିଦେ୍ର୍ଦଶକ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ଜମଲା ନିକଟରେ ଗୋଟିଏ ଚାରି ଚକିଆ ଯାନ ଯାହାର ନମ୍ବର ଓଡି-୧୭-ପି-୪୩୫୬ କୁ ଅଟକାଇ ଯାଞ୍ଚ କରିଥିଲେ ।

ଏହି ଗାଡିରୁ ୧୨ କ୍ୱିଣ୍ଟାଲ ମହୁଲଫୁଲ ଜବତ କରିଥିଲେ । ଏହି ମହୁଲଫୁଲ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଗାଡି ମାଲିକ ସହ ତାର ଦୁଇ ଜଣ ସହଯୋଗୀ ମାନଙ୍କୁ ଗିରଫ କରିଥିଲେ । ଗିରପ ହୋଇଥିବା ବ୍ୟକ୍ତ ମାନେ ହେଲେ ମେଲଛାମୁଣ୍ଡା ଥାନା ଜ୍ଞାନ ଗାଁ ର ସନ୍ତୋଷ ପଧାନଙ୍କ ପୁଅ ସିଦ୍ଧାନ୍ତ ପଧାନ,ବିଫୁଲ ଭୁଏଙ୍କ ପୁଅ ସୁରଥ ଭୁଏ ଓ ସନୁ ବରିହାଙ୍କ ପୁଅ ଶିବୁ ବରିହା ।

ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଲିଛି । ଏହି ତିନିଜଣ ବ୍ୟକ୍ତି ମହୁଲଫୁଲ ଚୋରା ଚାଲାଣ କରି ସରକାରୀ ଟିକସ ଫାଙ୍କି ମେଲଛାମୁଣ୍ଡା ଅଂଚଳର କିଛି ବ୍ୟବସାୟୀଙ୍କ ଠାରେ ବିକ୍ରି କରିବା ପାଇଁ ନେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।


