ପଦ୍ମପୁର – ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଗୃହବିଜ୍ଞାନ ବିଭାଗ ତରଫରୁ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଇଛି । ଏହି ଅବସରରେ ଗୃହବିଜ୍ଞାନର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୋଷକ ଖାଦ୍ୟ ପରିବେଷଣ କରଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କର ସଭାପତିତ୍ଵ ଅଭିଭାଷଣରେ ପୁଷ୍ଟିକର ଖାଦ୍ୟ ଓ ଅପପୁଷ୍ଟି ବିଷୟରେ ବୁଝାଇଥିଲେ । ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଗୃହବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ବିନୋଦିନୀ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ଟିକର ଖାଦ୍ୟ ଓ ପୋଷାକ ତତ୍ତ୍ଵ ଉପରେ ଆଲୋକପାତ କରିଥିଲେ ।

ଗୃହ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଖାଦ୍ୟ, ପୁଷ୍ଟି, ପୁଷ୍ଟିସାଧନ ବିଷୟରେ ଆଲୋକପାତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପିକା ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସୁଶ୍ରୀ ରିକିତା ପ୍ରଧାନଙ୍କ ସହ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ରୀମାନଙ୍କ ଦ୍ଵାରା ପରିବେଶିତ ଖାଦ୍ୟପଦାର୍ଥ ଗୁଡିକରେ ରହିଥିବା ପୋଷକତତ୍ତ୍ଵ ବିଷୟରେ ପଚାରି ବୁଝିଥିଲେ ।



