Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ମାଧ୍ୟମିକ ବିଦ୍ୟାଳୟରେ ତ୍ରିଦିବସିୟ ସାଂସ୍କୃତିକ ପ୍ରତିଯୋଗିତା ।

ମହିଳା ମାଧ୍ୟମିକ ବିଦ୍ୟାଳୟରେ ତ୍ରିଦିବସିୟ ସାଂସ୍କୃତିକ ପ୍ରତିଯୋଗିତା ।

ବରପାଲି-ବରପାଲି ଜେଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତିନି ଦିନିଆ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନରେ ଅଧ୍ୟକ୍ଷ ପ୍ରଦିପ ମେହେର ଉଦଘାଟନ କରିଥିଲେ। ଅଧ୍ୟାପିକା ନିବେଦିତା ପଟେଲ ସ୍ବାଗତ ଜଣାଇଥିଲେ।

ଉଦଘାଟନୀ ଦିବସରେ ଯୋଗଗୁରୁ କୃଷ୍ଣଚନ୍ର୍ଦ ମେହେର ଅତିଥି ବିଚାରକ ଭାବରେ ଯୋଗ ଦେଇଥିଲେ। କ୍ରିଡା ଶିକ୍ଷୟତ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ କାର୍ଯ୍ୟକ୍ରମ ଗୁତିକ ପରିଚାଳିତ ହୋଇଥିବା ବେଳେ ଅଧ୍ୟାପକ ସୁରେଶ ବାରିକ ଧନ୍ଯବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅତିଥି ମାନେ ଛାତ୍ରି ମାନଙ୍କୁ ଯୋଗ ଓ ପ୍ରାଣାୟମ ସମ୍ପର୍କରେ ମାନଶିକ ଓ ଶାରିରିକ ସ୍ତରରେ ପଡୁଥିବା ପ୍ରଭାବ ଓ ସ୍ବାସ୍ଥ୍ୟର ଉନ୍ନତି ସମ୍ବନ୍ଧରେ ବୁଝାଇଥିଲେ। ପରିଚାଳନାରେ ସମସ୍ତ ଅଧ୍ୟାପକ ଅଧ୍ଯାପିକାଙ୍କ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ।

error: Content is protected !!