Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମହିଳା ମାଧ୍ୟମିକ ବିଦ୍ୟାଳୟ ସାଂସ୍କୃତିକା ଉଦଯାପିତ ।

ମହିଳା ମାଧ୍ୟମିକ ବିଦ୍ୟାଳୟ ସାଂସ୍କୃତିକା ଉଦଯାପିତ ।

ବରପାଲି-ବରପାଲି ଜେଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତିନି ଦିନିଆ ସାଂସ୍କୃତିକା ଉତ୍ସବ ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଦିପ ମେହେରଙ୍କ ଦ୍ବାରା ଉତ୍ସବର ପରିସମାପ୍ତି ଘୋଷଣା ହୋଇଥିଲା। ଅଧ୍ୟାପିକା ନିବେଦିତା ପଟେଲ ସ୍ବାଗତ ଜଣାଇଥିବା ବେଳେ କ୍ରିଡା ଶିକ୍ଷୟତ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସୁରେଶ ବାରିକ,ଅର୍ନ୍ତଯାମୀ ପଣ୍ତା ଓ ଅଧ୍ୟାପକ ସୁଧାଶୁଂ ଦାଶ ମଞ୍ଚାସିନ ହୋଇଥିଲା। ଏହି ଅବସରରେ ଅତିଥି ମାନେ ଛାତ୍ରି ମାନଙ୍କୁ ଯୋଗ ଓ ପ୍ରାଣାୟମ ସମ୍ପର୍କରେ ମାନଶିକ ଓ ଶାରିରିକ ସ୍ତରରେ ପଡୁଥିବା ପ୍ରଭାବ ଓ ସୁସ୍ବାସ୍ଥ୍ୟର ଉନ୍ନତି ସମ୍ବନ୍ଧରେ ବୁଝାଇଥିଲେ।

କ୍ରିଡା ଶିକ୍ଷୟତ୍ରୀ ବନ୍ଦିତା ପ୍ରଧାନ ସ୍ବାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଦିବସରେ ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ଅଧ୍ଯାପିକା ମିନତି ବାବୁ,ଧର୍ମରାଜସିଂ ବରିହା, ଯୋଗଗୁରୁ କୃଷ୍ଣଚନ୍ର୍ଦ ମେହେର,ବିଶ୍ବ ମୋହନ ପଧାନ,ସୁକାନ୍ତି ମେହେର,ବିନୋଦ ବେହେରା, ମନୋଜ ବେରିହା,ମାନସ ଦାସ,ନିବେଦିତା ବେହେରା ପ୍ରମୁଖ ଅତିଥି ବିଚାରକ ଭାବରେ ଯୋଗ ଦେଇଥିଲେ। ପରିଚାଳନାରେ ସମସ୍ତ ଅଧ୍ୟାପକ ଅଧ୍ଯାପିକାଙ୍କ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ।

error: Content is protected !!