ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସୋମବାର ଆୟୋଜିତ ସଭା ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ବରଗଡ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ମହିଳା ମହାବିଦ୍ୟାଳୟ ସ୍ଵେଚ୍ଛାସେବୀ ଛାତ୍ରୀ ମାନଙ୍କ ଉଦେଶ୍ଯରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ପରିଚାଳିତ ସଭାରେ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅର୍ନ୍ତଯାମୀ ପଣ୍ତାଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ। ପ୍ରଶିକ୍ଷଣ ଶିବିରରେ ପୁରସ୍କୃତ ପାଞ୍ଚଜଣ ଛାତ୍ରୀ ସଙ୍ଗୀତରେ ରୋଷ୍ନାରାଣି ଦାଶ ଓ ରଙ୍ଗୋଲି ଓ ପ୍ରବନ୍ଧରେ ଯାଜ୍ଞସେନି ମହାକୁର ପ୍ରଥମ ସ୍ଥାନ ସହ ନିଳୀମା ସୂର୍ଯ୍ୟବଂଶୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।
ଅତିଥି ମାନେ ଆଗାମି ର ଯୋନାଲ ସ୍ତରିୟ ପ୍ରଶିକ୍ଷଣ ଶିବିରରେ ଛାତ୍ରୀମାନେ ଭାଗ ନେଇ ମହାବିଦ୍ୟାଳୟର ସୁନାମ ଅର୍ଜନ ସହିତ ପରବର୍ତ୍ତୀ ସମୟରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ମନୋନୀତ ହୋଇ ସ୍ବତନ୍ର୍ତ ପରିଚୟ ସୃଷ୍ଟି କରିପାରିବେ ବୋଲି ଉତ୍ସାହିତ କରିଥିଲେ। ପରିଶେଷରେ କାଉନସିଲର ନିଲିମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।