Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ମହାବିଦ୍ୟାଳୟରେ ବୃତ୍ତି ବିକାଶ କାର୍ଯ୍ୟକ୍ରମ ।

ମହିଳା ମହାବିଦ୍ୟାଳୟରେ ବୃତ୍ତି ବିକାଶ କାର୍ଯ୍ୟକ୍ରମ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ବୃତ୍ତି ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ହିନ୍ଦୀ ବିଭାଗ ମୁଖ୍ୟ ଅଧ୍ୟାପିକା ଜ୍ୟୋତି ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପ୍ରଭାସ କୁମାର ସିଂହ ପୂର୍ବତନ ଲୋକସଭା ସଂସଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ. ଅଜିତ କୁମାର ଶସାନୀ ସିଏସଆଇଆର ଏନବିଇରଆଇ ଲକ୍ଷ୍ନୌ,ଡ.ଡି ବି ଗଡ଼ନାୟକ୍,ଓଡ଼ିଶା ପ୍ରତ୍ନତତ୍ତ୍ଵବିଦ୍, ଓଡ଼ିଶା ପ୍ରତ୍ନତତ୍ତ୍ଵ ବିଭାଗର ମୁଖ୍ୟ ନିର୍ଦ୍ଦେଶକ ଏଏସଆଇ,ଲକ୍ଷ୍ମୀ ନାରାୟଣ ବକ୍ସି ବିଜ୍ଞାନ ସମ୍ମନ୍ଧୀୟ ଯୋଗ ଯୋଗକାରୀ ଏବଂ ଉଦଘୋଷକ ଭୁବନେଶ୍ୱର, ପ୍ରଫେସର ପ୍ରଭାତ କୁମାର ସାହୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପରୀକ୍ଷା ନୀରିକ୍ଷକ ଜ୍ୟୋତିବିହର,ବୁର୍ଲା ଯୋଗ ଦେଇଥିଲେ।ନିମନ୍ର୍ତିତ ଅତିଥି ମାନେ ବୃତ୍ତି ବିକାଶ ଦ୍ଵାରା ଛାତ୍ରୀ ମାନେ କିପରି ପ୍ରତ୍ୟେକ କ୍ଷେତ୍ରରେ ସମର୍ଥ ହୋଇପାରିବେ ଏବଂ ନିଜ ସାମର୍ଥ୍ଯ ପ୍ରତିପାଦନ କରିପାରିବେ ବୋଲି ଆଲୋଚନା କରିଥିଲେ। ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ ମାନେ ଯୋଗ ଦେଇଥିଲେ।

error: Content is protected !!