ପଦ୍ମପୁର-ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ଆନୁକୁଲ୍ୟରେ “ବିଶ୍ଵ ଏଡ଼ସ ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଏଡ଼ସ ସଂକ୍ରମଣର କାରଣ, ପ୍ରତିକାର ତଥା ଏଡ଼ସ୍ ରୋଗୀଙ୍କ ପ୍ରତି ସମାଜର ଉଦାସୀନତା ବିଷୟରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଆଶୀର୍ବାଦ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏଡ଼ସ୍ କଣ, ତାର କାରଣ, HIV ପରୀକ୍ଷା ଓ ପ୍ରତିକାର ବ୍ୟବସ୍ଥା ବିଷୟରେ ବୁଝାଇବା ସହ ଏଡ଼ସ୍ ରୋଗୀଙ୍କ ପ୍ରତି ବନ୍ଧୁତ୍ଵପୂର୍ଣ୍ଣ ମନୋଭାବ ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖାର କାଉନସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ । ଏହି ଅବସରରେ ଏକ ରାଲି କଲେଜ ପରିସରରୁ ବାହାରି ନିକଟସ୍ଥ ପଡ଼ା ମାନଙ୍କୁ ଯାଇ ଏଡସ୍ ଉପରେ ସ୍ଲୋଗାନ ମାଧ୍ୟମରେ ଜନ ସଚେତନତା କରିଥିଲେ।
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସଂପନ୍ନ ହୋଇଥିଲା । ପରିଶେଷରେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।