Saturday, November 23, 2024
spot_imgspot_imgspot_img
Homeଅଘଟଣମହିଳା ପୋଷାକ ଧାରି ଲୁଟିନେଲେ ୯ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା , ଥାନାରେ ମାମଲା...

ମହିଳା ପୋଷାକ ଧାରି ଲୁଟିନେଲେ ୯ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା , ଥାନାରେ ମାମଲା ।

ବରପାଲି – ବରଗଡ ଜିଲ୍ଲା ବରପାଲି ୟୁ.ଜି.ବି ବ୍ୟାଙ୍କରୁ ମହିଳା ପୋଷାକ ରେ ଆସି ୯ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ବରପାଲି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆଜି ଅପରାହ୍ନ ପାଖାପାଖି ୩ ଟା ସମୟରେ ବ୍ୟାଙ୍କ କତୃପକ୍ଷ ଖାଇବା ସମୟରେ ଦୁଇ ଜଣ ଦୃର୍ବୁତ୍ତ ବ୍ୟାଙ୍କ ଭିତରକୁ ପଶିଥିଲେ ଏବଂ ତାହା ମଧ୍ୟରୁ ଜଣେ ମହିଳା ପୋଷାକ ପିନ୍ଧି ଥିବା ଆଲୋଚନା ହେଉଛି । ତେବେ ବ୍ୟାଙ୍କ ଭିତରକୁ ପଶି ନଅ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର ଥିବା ଜଣାପଡ଼ିଛି । ଏନେଇ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

error: Content is protected !!