ପଦ୍ମପୁର – ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡିଆଠାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଡିସେମ୍ବର ୨୦ ଓ ୨୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ କରିଥିଲେ।
ସର୍ବ ପ୍ରଥମେ ଛାତ୍ରୀମାନେ ସ୍ଥାନୀୟ କାଳୀ ମନ୍ଦିରରୁ ମଶାଲ ଆଣିଥିଲେ ଓ ଏହା ଅଧ୍ୟକ୍ଷାଙ୍କ ଦ୍ଵାରା ଖେଳପଡିଆ ଠାରେ ସ୍ଥାପିତ ହୋଇ ଶପଥ ପାଠ କରାଯାଇଥିଲା। ପ୍ରତିଯୋଗିତାର ବିଭିନ୍ନ ଖେଳକୁ ଶ୍ରୀ ନରେଶ ବାରିକ, ଶ୍ରୀ ସୀମିତ ମହାନ୍ତି, ଶ୍ରୀ ଅକ୍ଷୟ ବାରିକ୍,ଶ୍ରୀ ଫକୀରମୋହନ ଭୋଇ ଓ ଶ୍ରୀ ଅନିଲ ପୁରୋହିତ ପରିଚାଳନା କରିଥିଲେ। ଅଧ୍ୟାପକ ଶ୍ରୀ ଦିବ୍ୟକିଶୋର ପଣ୍ଡା ଉଦ୍ଘୋଷକ ଦାୟିତ୍ବ ତୁଲାଇ ଥିଲେ।
ଉଦଯାପନୀ ଉତ୍ସବରେ ପରିଚାଳନା କମିଟିର ସଭାପତି ଶ୍ରୀ ଅଖିଳ ପୁରୋହିତ ମୁଖ୍ୟ ଅତିଥି ଭାବରେ ଓ ସମ୍ମାନିତ ଅତିଥି ଭାବରେ ସୁଶ୍ରୀ ପଙ୍କଜିନି ପଧାନ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କ୍ରୀଡ଼ା ସମ୍ପାଦିକା ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ନାୟକ କାର୍ଯ୍ୟକ୍ରମ ଟି ର ସଂଯୋଜନା କରିଥିଲେ। ଏହି ପ୍ରତିଯୋଗିତାରେ ଛାତ୍ରୀ ଅଲିଭା ମହାନନ୍ଦ ଚାମ୍ପିଅନ ହୋଇଥିଲେ ।ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ଗୌନ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।