ବରପାଲି – ଚଳିତ ସାଧାରଣ ନିର୍ବାଚନ ପରିପେକ୍ଷିରେ ରାଜନୈତିକ ଦଳ ମାନ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ଆଗୋଉଥିବା ଦେଖାଯାଉଛି। ଦଳିୟ ସୁସଜ୍ଜିତ ଡାକବାଜୀ ଯନ୍ତ୍ର ଗାଡି ସହରଠୁ ନେଇ ଗ୍ରାମାଞ୍ଚଳ ଗଳି କନ୍ଦିରେ ହାଲ୍ଲାବାଜୀରେ ଦିନ ରାତି ଏକ କରି ଦେଇଛନ୍ତି। ଅପରପକ୍ଷେ ପ୍ରାର୍ଥି ମାନେ ଦ୍ବାରଦ୍ବାର ବୁଲି ଭୋଟ ଭିକ୍ଷା ସହ ଭୋଟର ମାନଙ୍କୁ ଆକୃଷ୍ଟ କରିବା ଦୌଡରେ ପ୍ରତିଦ୍ବନ୍ଦିତାରେ ଲାଗି ପଡିଛନ୍ତି। ସୋମବାର ବରପାଲି ବ୍ଲକ ବାରଗୁଡା,ଭଟିଗାଁ, ଖେମେଶରା,ତୁଲଣ୍ତି, ପାଟକୁଲୁଣ୍ତା ପଞ୍ଚାୟତ ଅର୍ନ୍ତଗତ ଗ୍ରାମ ମାନଙ୍କରେ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ବ୍ଲକ ଅଧ୍ଯକ୍ଷା ରିନା ଥଇତଙ୍କ ସମେତ ଦଳିୟ ମହିଳା କର୍ମି ମାନେ ଘରଘର ବୁଲି ମୂଖ୍ଯତଃ ମହିଳା ଓ ବୟଷ୍କ ମାନଙ୍କୁ ଆକୃଷ୍ଟ କରୁଥିବା ଦେଖାଯାଇଥିଲା।
ଯୋଡ଼ି ଶଙ୍ଖ ପ୍ରଚାରରେ ବାହାରିଥିବା ବେଳେ ଗ୍ରାମର ମହିଳା ମାନେ ଆନ୍ତରିକ ସ୍ବାଗତ ଜଣାଇବା ସହ ଭାବବିହ୍ବୋଳ ହୋଇ ନିଜ ଆନ୍ତରିକତା ପ୍ରତିକ ରୂପେ ଉଭା ହେଉଥିବା ଦେଖାଯାଉଥିଲା। ନିର୍ବାଚନୀ ପ୍ରଚାରକୁ ମନ୍ତ୍ରୀ ରିତା ସାହୁଙ୍କ ସହ ଦଳିୟ ବରିଷ୍ଠ ନେତା ଓ ମହିଳା କର୍ମି ମାନେ ବାହାରିଥିବା ଭୋଟ ପ୍ରଚାର ଅବସରରେ ନବିନ ସରକାରଙ୍ଖ ଉନ୍ନୟନ ମୂଳକ କାର୍ଯ୍ଯକ୍ରମ, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ଯ ସେବା ବ୍ଯବସ୍ଥା ସମ୍ବନ୍ଧରେ ଅବଗତ କରାଉଥିବା ବିଜେଡି ପକ୍ଷରୁ ପ୍ରସାରିତ ନୁତନ ଇସ୍ତାହାର ଉପରେ ବୁଝାଉଥିଲେ।